ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ଆଜି ମାସେ ବିତି ଯାଇଥିଲେ ସୁଦ୍ଧା ଏବେବି ମମିତାଙ୍କ ପରିବାରକୁ ନ୍ୟାୟ ମିଳିପାରି ନାହିଁ।ଅଭିଯୁକ୍ତ ଗୋବିନ୍ଦ ସହ ସଂପର୍କକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଆଜି ୨୦୨୧ ମସିହା ନଭେମ୍ବର ୮ ତାରିଖ, ସୋମବାର, ତୁଳା ୨୩ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଧିରେ ଧିରେ ପାରଦ ଖସୁଛି, ଆଉ ଶୀତ ବଢୁଛି । ଏଥର ମାଳଭୂମିକୁ ସଅଳ ଆସିଛି ଶୀତ ।
ମମିତା ମେହେର ହତ୍ୟା ମାମଲା ତାତି ଭିତରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି।
ଦମଣ୍ଡା ଗାଁ ଲୋକେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ । ନାନାଦି ସମସ୍ୟା ଭିତରେ କଷ୍ଟ ପାଉଥିବା ଦମଣ୍ଡା ଗ୍ରାମବାସୀ ଏବେ ନିଷ୍ପତି ନେଇଛନ୍ତି, ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନ କରିବେ।
କୋରାପୁଟରେ ଆଦିମ ଆଦିବାସୀମାନଙ୍କ ପ୍ରାକୃତିକ ସଂରକ୍ଷଣ, ଚାଷ ପଦ୍ଧତି, ପାରମ୍ପାରିକ ଶୈଳୀ ଉପରେ ଗବେଷଣା କରି ବିଶ୍ୱ ସ୍ତରରେ ହୋଇଥିବା ସପ୍ତମ ଗୋ ଗ୍ରୀନ ସମିଟରେ ଆମ ରାଜ୍ୟର ଜଣେ ଯୁବକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଦୈନିକ ସମ୍ବାଦପତ୍ର ସମ୍ବାଦରେ ‘କଟାକ୍ଷ କିଶୋର’ କାର୍ଟୁନ୍ ପାଇଁ ଘରେ ଘରେ ପରିଚିତ ଥିବା ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ହୋଇଛି। ଦୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା।
ଦାଦନ ସମସ୍ୟା ବର୍ତ୍ତମାନର ପ୍ରମୁଖ ସମସ୍ୟା। କାମଧନ୍ଦା ନ ପାଇ ଭିଟାମାଟି ଛାଡୁଛନ୍ତି ବାଧ୍ୟ ହେଉଛନ୍ତି। ଗାଁର ମମତା ସେମାନଙ୍କୁ ଟାଣୁଥିଲେ ମଧ୍ୟ ପେଟର ଦାଉ ପ୍ରବାସୀ ହେବାକୁ ବାଧ୍ୟ କରୁଛି ।
ରସାନନ୍ଦଙ୍କ ପାଇଁ ପକ୍ଷାଘାତ ରୋଗଯନ୍ତ୍ରଣାଠାରୁ ବଳି ଯାଇଛି ପେନସନ ନପାଇବାର କଷ୍ଟ । ୧୦ ବର୍ଷ ପରେ ବି ମିଳୁନି ପ୍ରାପ୍ୟ ।
ଗରମାଗରମ୍ ଚଟପଟା ଖାଦ୍ୟ ଖାଇବାକୁ ସମସ୍ତଙ୍କର ଇଛା ଥାଏ । ସେଥିପାଇଁ ଆମେ ବାହାରେ ଅବା କୌଣସି ରେସ୍ତୁରାଁକୁ ଯାଇ ଖାଦ୍ୟ ଖାଇଥାଉ । କିନ୍ତୁ ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଘରେ ଆଜି ହିଁ ବନାନ୍ତୁ, ଚଟ୍ପଟା ଆଳୁ ଟିକ୍କି ଚାଟ୍ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଓଡ଼ିଶାରେ ପ୍ରଥମଥର ପାଇଁ ଏସସିବି ମେଡିକାଲରେ ମାଗଣାରେ ଜଣେ ରୋଗୀ ଏହି ରୋଗର ଚିକିତ୍ସା କରିପାରିବେ। ଆଜି ପ୍ରଥମ ଦିନରେ ତିନିଜଣ ରୋଗୀଙ୍କର ଆକାଲିସା କାଡିଆ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଛି।
ୟୁପି ସମତେ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍? କେରଳ, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ କିଭଳି କ୍ଷମତାକୁ ଆସିବ ଦଳ? ଏ ମୁଖ୍ୟ ଦୁଇ ଚିନ୍ତନ ସହ ବିବିିଧ ରାଜନୈତିକ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ।
ବିଗତ କିଛି ଦିନ ଧରି ବଢି ଚାଲିଥିବା ଗୁଣ୍ଡାଗିରି ବି ପୋଲିସ୍ ପାଇଁ ସାଜିଛି ମୁଣ୍ଡ ବିନ୍ଧାର କାରଣ। ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଏମିତିକି ଅପରାଧୀକୁ କୌଣସି ସରକାରୀ ଅଧିକାରୀ ସାହାଯ୍ୟ କରିଥିବା ଜଣାପଡିଲେ ଏହାକୁ ଗୁରୁତ୍ୱର ସହ ନେଇ ଦିଆଯିବ ଦଣ୍ଡ।
ବିଜେଡିର ମିଶ୍ରଣ ପର୍ବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଣହୁଙ୍କାର ଦେଇଛନ୍ତି। ବିରୋଧୀ ଦଳମାନେ କେବଳ ମିଛ କଥା କହୁଥିବା ଅଭିଯୋଗ ଆଣି, ଯଦି କିଛି ତଥ୍ୟ ପ୍ରମାଣ ଅଛି ତେବେ କୋର୍ଟରେ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେପଟେ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ୍ ସେୟାର କରିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି
ତେଲର ମହଙ୍ଗା ମାଡ଼ରେ ପେଟ୍ରୋଲ-ଡିଜେଲ୍କୁ ମୁହଁ ମୋଡ଼ିଲେଣି ଲୋକେ । ଏବେ ଇଲେକ୍ଟ୍ରିକ୍ ଯାନ ମୁହାଁ ଜନତା । କେବଳ ସେଇଥି ପାଇଁ ଚଳିତ ବର୍ଷ ରାଜ୍ୟରେ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ଯାନ ପଞ୍ଜୀକରଣ ଗତବର୍ଷ ତୁଳନାରେ ୪ ଗୁଣା ଟପିଗଲାଣି ।
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଥିବା ପଣଷପୁଟ ହାଟରେ ସପ୍ତାହକୁ ଥରେ ମଦ ପସରା ଧରି ଏକାଠି ହୁଅନ୍ତି ଆଦିବାସୀ ।
ଦଳରୁ ନିଲମ୍ବନ ହେବା ପରେ ବି ଦଳୀୟ ପତାକା ସହ ଏବଂ ଦଳର କର୍ମୀଙ୍କ ସହ ରାଲି କରିଛନ୍ତି ବିଧାୟକ । ଖାଲି ସେତିକି ନୁହେଁ, ବିଧାୟକଙ୍କ ଏହି ବାଇକ ରାଲି ଓ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦଳର ଶହ ଶହ କର୍ମୀ ।
ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜଙ୍ଗଲି ପ୍ରାଣୀ ଉଦ୍ଧାର କରାଯାଇଛି । ବାରିପଦାରୁ ଅହିରାଜ ସାପ ଉଦ୍ଧାର ହୋଇଥିବାବେଳେ ପୁରୀ ସାତପଡ଼ାରୁ ବାରହା ଉଦ୍ଧାର ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଏହି ମାମଲାକୁ ଯେନତେନ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । ତେଣୁ ତାଙ୍କ ପରିବାର ପରେ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରି ପରିବାର ଲୋକଙ୍କ ମତ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି ଜୁଏଲ ଅଭିଯୋଗ କରିଛନ୍ତି ।
ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି । ଗୋଷ୍ଠି କନ୍ଦଳ ଯୋଗୁଁ ଏଭଳି ଘଟଣା ଘଟିଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ରାଜଧାନୀ ଛାତିରେ ଆତଙ୍କ ମଚାଇଛନ୍ତି କେବିଏନ୍ ଗ୍ରୁପ୍ । ବେଫିକର୍...ନା କାହାକୁ ଅଛି ଡର, ନା କାହା ପ୍ରତି ଭୟ ।
ମମିତା ମେହେର ହତ୍ୟା ମାମଲାରେ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ଜୋର ଧରିଛି। ଏସବୁ ଭିତରେ ଆଜି ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି।
ରାସ୍ତାକୁ ନେଇ ତାତିଲେ ଜନତା..ନିର୍ବାଚନ ଆସିଲେ.. ନେତା ଆସୁଛନ୍ତି.. ପ୍ରତିଶ୍ରୁତି ମିଳୁଛି..ହେଲେ ନିର୍ବାଚନ ସରିଲେ ଜନତାଙ୍କ କଥା ଭୁଲିଯାଉଛନ୍ତି..ଏଥର କିନ୍ତୁ ବହୁତ ହେଇଗଲା..
ସମସ୍ୟା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ । ବେଡ୍ ଅଭାବରୁ ଚଟାଣରେ ଚାଲିଛି ରୋଗୀଙ୍କ ଚିକିତ୍ସା