Advertisment

ଭଦ୍ରକ ଓ ଯାଜପୁରରେ ଚାଲିଛି ଗଣପର୍ବ କାଳୀପୂଜା : କରୋନା କଟକଣାରେ ପୂଜା ପାଉଛନ୍ତି ମା’

ବିନା ଭକ୍ତରେ ଏଥର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଶ୍ୟାମାକାଳୀ। ଭକ୍ତଙ୍କର ନାହିଁ କୋଳାହଳ, ପ୍ରଶାସନର ନିୟମ ଅନୁସାରେ ଚାଲିଛି ପୂଜାର୍ଚ୍ଚନା

author-image
Sarbeswar
ଅଦ୍ୟତନ ହୋଇଛି
kali puja

kali puja

ଭଦ୍ରକ/ଯାଜପୁର (ପାର୍ଥସାରଥୀ ନାୟକ/ ସଂଜୀବ ନାୟକ) : ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ମା' ଭଦ୍ରକାଳୀଙ୍କ ପୀଠରେ ଗୁରୁବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ତେବେ ମା' ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ଗୁରୁବାର ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କରୋନା କଟକଣା ସହିତ ମା'ଙ୍କ ପୂଜାର୍ଚ୍ଚନା ହେଉଥିବ ସୂଚନା ମିଳିଛି । ପରମ ବୈଷ୍ଣବୀ ମା' ଭଦ୍ରକାଳି ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ଧରି ମା' ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

Advertisment

ତେବେ ସପ୍ତମାତୃକା ବେଶର ପ୍ରଥମ ଦିନରେ ମା ବେଦମାତା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମାଆଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡୀପାଠ ଅନୁଷ୍ଠିତ ହୋଇଛି। କିନ୍ତୁ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଫିକା ପଡିଛି ମା'ଙ୍କ ପୂଜା। କେବଳ ବିଧି ଅନୁଯାୟୀ ମା'ଙ୍କର ପୂଜା ଅନୁଷ୍ଠିତ ହେଉଛି । ମନ୍ଦିରରେ ମା'ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କୁ ବାରଣ କରାଯାଇଛି । ବେଦମାତା ବେଶରେ ଭକ୍ତ ମାନେ ଦର୍ଶନ କଲେ ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆସନ୍ତାକାଲି ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା' ମହାକାଳୀ ବେଶରେ ପୂଜା ପାଇବେ।

Advertisment

ସେପଟେ ଯାଜପୁରର ମଧ୍ୟ ଚାଲିଛି ଗଣପର୍ବ କାଳୀପୂଜା। ବିନା ସାଜସଜ୍ଜା ଓ ନିରାଡମ୍ବର ଭାବେ ପାଳିତ ହେଉଛି ଯାଜପୁରର ଗଣପର୍ବ କାଳୀପୂଜା । ଚତୁର୍ଦଶୀରେ ଲକ୍ଷ୍ମୀନାରାୟଣ ପୂଜା ପାଇଥିବା ବେଳେ ଅମାବାସ୍ୟାରେ ଶ୍ୟମାକାଳୀ ପୂଜା ପାଇଛନ୍ତି। ୩ ରୁ ୮ ତାରିଖ ଯାଏ ପାଳିତ ହେଉଥିବା ଏହି ପର୍ବରେ ପୂର୍ବ ବର୍ଷ ପରି ମଣ୍ଡପ ଅୟୋଜକ ମାନେ କୋଭିଡ କଟକଣା ଅନୁସାରେ ମୁର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତି ରଖି ନିରାଡମ୍ବର ଭାବେ ବିନା ସାଜସଜ୍ଜାରେ କରିଛନ୍ତି ।

ସପ୍ତାହେ ଧରି ଚାଲୁଥିବା ଏହି ଗଣ ପର୍ବରେ ସବୁ ମଣ୍ଡପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସେପଟେ ପୁଜାଠାରୁ ଆରମ୍ଭ କରି ଭସାଣ ଯାଏ ଶାନ୍ତି ଶୃଙ୍ଖଳାରେ ପୁଜା ସମାପନ କରିବାକୁ ପୋଲିସ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

KaliPuja
Advertisment
Advertisment