Advertisment

କାହିଁକି ଝିଅ ଡ୍ରେସ୍‌ ପିନ୍ଧି ପଡ଼ୋଶୀଙ୍କ ଘରେ ପଶିଥିଲା ଯୁବକ ? ସ୍ପଷ୍ଟ କଲା ପୋଲିସ୍‌

ମାସେ ପୂର୍ବରୁ ୨ ଅଭିଯୁକ୍ତ ଲୁଟ୍ ପାଇଁ ପ୍ଲାନ୍ କରିଥିଲେ। ଏଥିପାଇଁ ଛୁରୀ, ଖେଳନା ବନ୍ଧୁକ ଓ ଝିଅଙ୍କ ଡ୍ରେସ୍ କିଣିଥିଲେ। ୧ ତାରିଖ ସକାଳେ ଅନ୍ୟତ୍ର ଯାଇ ଅଭିଯୁକ୍ତ ଝିଅ ଡ୍ରେସ୍ ପିନ୍ଧିଥିଲେ। ସେଠାରୁ ଏକ ଅଟୋ ଯୋଗେ ଅଭିଯୁକ୍ତ ସମ୍ପୃକ୍ତ ପଡ଼ୋଶୀଙ୍କ ଘରକୁ ଯାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Accused Rupesh Panda Arrested

Accused Rupesh Panda Arrested

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଘରେ ପଶି ମା’, ଝିଅଙ୍କୁ ଛୁରା ମାଡ଼ ଘଟଣାର ପର୍ଦ୍ଦାଫାସ ହୋଇଛି। ଲୁଟ୍ ଉଦ୍ଦେଶ୍ୟରେ ରୂପେଶ ପଣ୍ଡା ଓ ତାଙ୍କ ବନ୍ଧୁ ସଞ୍ଜୟ ପଣ୍ଡା  ପଡ଼ୋଶୀଙ୍କ ଘରେ ପଶି ଆକ୍ରମଣ କରିଥିଲେ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।

Advertisment

ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ରୂପେଶ ଘର ପାଇଁ ଋଣ କରିଥିଲେ। ଆଉ ଏହି ଋଣ ଶୁଝିବା ପାଇଁ ସେ ପଡ଼ୋଶୀଙ୍କ ଘରୁ ଲୁଟ୍ ପାଇଁ ଯୋଜନା କରିଥିଲେ। ସମାନ ସଂସ୍ଥାରେ କାମ କରୁଥିବା ବନ୍ଧୁ ସଞ୍ଜୟ ପଣ୍ଡାଙ୍କ ସହ ରୂପେଶ ଏହି ପ୍ଲାନ୍‌ କରିଥିଲେ। ଘଟଣାର ମାସେ ପୂର୍ବରୁ ୨ ଅଭିଯୁକ୍ତ ଲୁଟ୍ ପାଇଁ ପ୍ଲାନ୍ କରିଥିଲେ। ଏଥିପାଇଁ ୩ ନମ୍ବର ମାର୍କେଟରୁ ଛୁରୀ, ଖେଳନା ବନ୍ଧୁକ ଓ ଝିଅ ଡ୍ରେସ୍ କିଣିଥିଲେ। ୧ ତାରିଖ ସକାଳେ ଅନ୍ୟତ୍ର ଯାଇ ରୂପେଶ ଝିଅ ଡ୍ରେସ୍ ପିନ୍ଧିଥିଲେ। ସେଠାରୁ ଏକ ଅଟୋ ଯୋଗେ ସେ ସମ୍ପୃକ୍ତ ପଡ଼ୋଶୀଙ୍କ ଘରକୁ ଯାଇଥିଲେ।’

Advertisment

ଭୁବନେଶ୍ୱର ଡିସିପି ଆହୁରି କହିଛନ୍ତି, ‘ରୂପେଶ ପଡ଼ୋଶୀଙ୍କ ଘରେ ପଶି ହଠାତ୍ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ମହିଳାଙ୍କ ପାଟି ଶୁଣି ତାଙ୍କ ମା’ ବି ପହଞ୍ଚିଥିଲେ ଓ ପ୍ରତିରୋଧ କରିଥିଲେ। ତେବେ ଉଭୟଙ୍କ ସାହସିକ ପଦକ୍ଷେପ ଯୋଗୁ ଲୁଟ୍ ଯୋଜନା ଫସର ଫାଟିଥିଲା। ଅନ୍ୟପକ୍ଷେ, ପୋଲିସ୍‌ ଘଟଣାର ତଦନ୍ତ କରି ଉଭୟ ରୂପେଶ ଓ ସଞ୍ଜୟଙ୍କୁ ଗିରଫ କରିଛି।

Attack Crime In Bhubaneswar
Advertisment
Advertisment