Advertisment

କରୋନାର ଦ୍ରୁତ ସଂକ୍ରମଣ ଭିତରେ ନିର୍ବାଚନ ଚିନ୍ତା

କରୋନାକୁ ବେଖାତିର କରି ଚାଲିଛି ନିର୍ବାଚନ ଚିନ୍ତା। ନିର୍ବାଚନକୁ ସୁରକ୍ଷିତ କରିବା, ଗାଇଡଲାଇନ୍ ପ୍ରସ୍ତୁତ କରିବା ନେଇ ରାଜ୍ୟ ନିର୍ବାଚନ ଆୟୋଗ ଡାକିଛନ୍ତି ସର୍ବଦଳୀୟ ବୈଠକ। ନିର୍ବାଚନର ସମସ୍ତ ଦିଗକୁ ନେଇ ହୋଇଛି ମାନସମନ୍ଥନ।

author-image
Pramod Behera
ଅଦ୍ୟତନ ହୋଇଛି
PANCHYATA POLL PREDICATION

PANCHYATA POLL PREDICATION

ଭୁବନେଶ୍ୱର (ହରିହର ଚାନ୍ଦ): କରୋନାର ଓମିକ୍ରନ୍‌ ଭେରିଏଣ୍ଟ୍ ଦ୍ରୁତ ଗତିରେ ସଂକ୍ରମଣ କରିଚାଲିଛି। ଏହାକୁ ବେଖାତିର କରି ଚାଲିଛି ନିର୍ବାଚନ ଚିନ୍ତା। ସୁରକ୍ଷିତ ଭାବେ କିପରି ନିର୍ବାଚନ ହେବ? କ’ଣ ହେବ ଗାଇଡଲାଇନ୍? ଏ ସଂପର୍କରେ ଆଲୋଚନା କରିବା ପାଇଁ ଆଜି ରାଜ୍ୟ ନିର୍ବାଚନ ଆୟୋଗ ଡାକିଥିଲେ ସର୍ବଦଳୀୟ ବୈଠକ। ନିର୍ବାଚନକୁ ମୁକ୍ତ, ଅବାଧ ଓ ସୁରକ୍ଷିତ କରିବା ଲାଗି ସମସ୍ତ ଦିଗ ଉପରେ ହୋଇଛି ମାନସମନ୍ଥନ।

Advertisment

କୋଭିଡ୍‌ର ତୃତୀୟ ଲହର, ପଛୁଆ ବର୍ଗ ସିଟ୍ ସଂରକ୍ଷଣରୁ ବାଦ ପଡ଼ିବା ଓ ବିଭିନ୍ନ ଜିଲ୍ଲାରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ସଠିକ୍ ନ ଥିବାରୁ ନିର୍ବାଚନକୁ ୩ ମାସ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଆଗେ ସଂରକ୍ଷଣ ତା’ପରେ ନିର୍ବାଚନ କରାଯାଉ ବୋଲି ପ୍ରସ୍ତାବ ରଖିଛନ୍ତି ବିରୋଧୀ। ତେବେ କେବଳ ବିଜେଡିକୁ ଛାଡି ସବୁ ଦଳ ନିର୍ବାଚନ ଘୁଞ୍ଚାଇବା ସପକ୍ଷରେ ମତ ରଖିଥିଲେ।

ସେହିପରି ଭୋଟର୍‌ ତାଲିକାରେ ତ୍ରୁଟି, କାଉଣ୍ଟିଂ ସେଣ୍ଟରରେ ସିସିଟିଭି ଲଗାଇବା, ବିଭିନ୍ନ ସ୍କିମ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ହୋଡିଂ ଉଚ୍ଛେଦ, ଦୀର୍ଘଦିନ ଗୋଟିଏ ସ୍ଥାନରେ ଚାକିରିରେ ରହିଥିବା ଅଧିକାରୀଙ୍କୁ ବଦଳି କରିବା ଭଳି ୯ ଦଫା ଦାବି କରିଛି ବିଜେପି୍। କଂଗ୍ରେସ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି କରିବା ସହ ଅଭିଯୋଗ କରିଛି ଯେ ଯଦି ଏବେ ନିର୍ବାଚନ ହୁଏ ତାହା ଅବୈଧ ହେବ। ସେପଟେ କିନ୍ତୁ କୋଭିଡ୍ କଟକଣା ଭିତରେ ଠିକ ସମୟରେ ନିର୍ବାଚନ କରିବାକୁ ଦାବି କରିଛି ବିଜେଡି ।

Advertisment

ସମସ୍ତ ରାଜନୈତିକ ଦଳର ପ୍ରସ୍ତାବକୁ ଶୁଣିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। କୋଭିଡ୍ ସ୍ଥିତିରେ ନିର୍ବାଚନ ହେବ ନା ନାହିଁ? ଯଦି ହୁଏ କିଭଳି କରାଯିବ ସେ ସଂପର୍କରେ ଆଲୋଚନା କରିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ। ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ଆଣିଥିବା କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ରାଜ୍ୟରେ ମଧ୍ୟ ନିୟମାବଳୀ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି ।

ତେବେ ନିର୍ବାଚନ ପରିଚାଳନାରେ ନିୟୋଜିତ ହେବାକୁ ଥିବା ସମସ୍ତ କର୍ମଚାରୀ ଡବଲ ଡୋଜ୍ ଭ୍ୟାକ୍‌ସିନ୍ ନେଇଥିବା ଦରକାର। ସେହିପରି ଆବଶ୍ୟକତା ଅନୁସାରେ ପ୍ରିକ୍‌ସନ୍ ଡୋଜ୍ ଅଗ୍ରାଧିକାର ଭିତ୍ତିରେ ଦିଆଯି। ଅନ୍‌ଲାଇନ୍‌ରେ ନାମାଙ୍କନପତ୍ର ଦାଖଲ, କୋଭିଡ୍‌ ପଜିଟିଭ୍ ଥିଲେ ପୋଷ୍ଟାଲ୍‌ ବାଲାଟ୍‌ରେ ମତଦାନ ସହ ପଦଯାତ୍ରା, ରୋଡ୍ ସୋ ଓ ବାଇକ୍ ରାଲିକୁ ବାରଣ କରିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ। ସେ ଦୃଷ୍ଟିରୁ କ୍ୟାମ୍ପେନ୍‌, ଭୋଟିଂ ଓ କାଉଣ୍ଟିଂ ଲାଗି ଗାଇଡ୍‌ଲାଇନ୍ ଆଣିବାକୁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛନ୍ତି।

ପ୍ରକାଶଥାଉ ଯେ ସର୍ବଦଳୀୟ ବୈଠକ ପରେ ଯେକୌଣସି ସମୟରେ ଘୋଷଣା ହୋଇପାରେ ପଂଚାୟତ ନିର୍ବାଚନ ତାରିଖ।

Odisha News
Advertisment
Advertisment