• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅନେକ ଦିନର ସ୍ୱପ୍ନ ଆଜି ପୂରଣ ହୋଇଛି । ଅବସର ଗ୍ରହଣ ପରେ କଲେଜ କରିବା ପାଇଁ ଚାହୁଁଥିଲି । ଶିକ୍ଷାର ବିକାଶ ହୋଇନଥିବା ତଥା ଜଙ୍ଗଲ ଅଞ୍ଚଳରେ ଏକ କଲେଜ୍ କରିବାର ଲକ୍ଷ୍ୟ ଥିଲା । ଅନେକ ବର୍ଷ ଗଡ଼ିଗଲା ପରେ ଆଜି ସ୍ୱପ୍ନ ଆଡ଼କୁ ପାଦ ବଢ଼ାଇଛି । ଏଥିପାଇଁ ମୁଁ ବହୁତ ଖୁସି ଅଛି ବୋଲି କହିଛନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ପ୍ରଧାନ ।

ବୟସର ଅପରାହ୍ନରେ ପଛୁଆ ପଞ୍ଚଳର ପିଲାଙ୍କୁ ଶିକ୍ଷିତ କରାଇବାକୁ ପ୍ରୟାସ । ବଳ ବୟସ ଗଲାଣି, ହେଲେ ମନୋବଳ ଯାଇନି । ଚାକିରିରୁ ଅବସର ନେବା ପରେ ଆଖପାଖ ଅଂଚଳରେ ଶିକ୍ଷାର ବିକାଶ ପାଇଁ ହଳେ ଦମ୍ପତି ନିଜସ୍ୱ ଉଦ୍ୟମରେ ଗଡୁଛନ୍ତି ଶିକ୍ଷାନୁଷ୍ଠାନ । କେଉଁଠି ହାଇସ୍କୁଲ ତ, କେଉଁଠି ଲେଡିଜ ହଷ୍ଟେଲ ଆଉ ଏବେ କଲେଜ ନିର୍ମାଣ ପାଇଁ ୨୦ଲକ୍ଷ ଟଙ୍କା ଦାନକରି ଭୂମିପୂଜା କରିଛନ୍ତି । ରେଢାଖୋଲ ବ୍ଲକ କଦଳୀଗଡ ପଚାଂୟତରେରେ ନିଜ ନାମରେ ଅର୍ଜୁନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ ମହାବିଦ୍ୟାଳୟ ଖୋଲିବା ପାଇଁ କରିଛନ୍ତି ଭୁମିପୂଜା । ଆସନ୍ତା ଶିକ୍ଷାବର୍ଷ ରୁ ଆରମ୍ଭ ହେବ ପାଠପଢା ।

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଚାଂୟତର କୁଶୁଣି ଗାଁର ୭୭ବର୍ଷିୀୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ପ୍ରଧାନ ଓ ତାଙ୍କ ପତ୍ନୀ ଶଙ୍କୁନ୍ତଳା ପ୍ରଧାନ । ଏ ବୟସରେ ବି ଉଭୟେ ପଛୁଆ ଅଞ୍ଚଳର ପିଲାଙ୍କ କଥା ଚିନ୍ତା କରୁଛନ୍ତି । ଏବେ ଆଖ ଅଂଚଳରେ ଯେଉଁଠି ଶିକ୍ଷାର ସମସ୍ୟା ରହିଛି ସେହି ସ୍ଥାନରେ ସ୍କୁଲ କଲେଜ ଖୋଲୁଛନ୍ତି । ଆଠମଲ୍ଲିକ ବାସୁଦେବପୁର ଠାରେ ହାଇସ୍କୁଲ, କିଶୋରନଗର ଠାରେ ଲେଡିଜ ହଷ୍ଟେଲ, ସ୍କୁଲ କଲେଜରେ ପିଇବାପାଣି, ପାଠପଢା ସରଂଜାମ ଏପରିକି ମେଧାବି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ।

ନିଜର କୌଣସି ସନ୍ତାନ ନଥିବା ବେଳେ ଏପରି କାମ କରୁଛନ୍ତି ଏହି ଦମ୍ପତି । ଲୋକଙ୍କ ପାଇଁ ଏପରି କାର୍ଯ୍ୟ କରି ଆନନ୍ଦ ପାଉଥିବା କଥା କହିଛନ୍ତି ଉଭୟେ । ଏପଟେ କଦଳୀଗଢ ପଚାଂୟତ ସମେତ ୪ଟି ପଚାଂୟତ ବାସୀ ଙ୍କ କଲେଜ କରିବାର ବହୁଦିନର ସ୍ୱପ୍ନକୁ ସାକାର କରିଛନ୍ତି ବୋଲି ଅଂଚଳବାସୀ କହିଛନ୍ତି ।

ରେଢାଖୋଲରୁ ରମାକନ୍ତ ମହାନନ୍ଦଙ୍କ ରିପୋର୍ଟ