• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାନ ଦୋକାନ କରି ଫେମସ୍ । ଛୋଟ କେବିନ୍ କି ଚାଳି ଦୋକାନ ନୁହେଁ । ପୂରା ହାଇ ଷ୍ଟାଣ୍ଡାର୍ଡ ପାନ ଦୋକାନ । ଆଉ ସେଠାରେ ମିଳେ ଶହ ଶହ ଭେରାଇଟିର ପାନ । ଗୋବର୍ଦ୍ଧନ ପାନ ଦୋକାନ ବଲାଙ୍ଗୀରରେ ପୂରା ଫେମସ୍ । ଏଠି ୧୦ ଟଙ୍କିଆ ପାନ ଠାରୁ ଆରମ୍ଭ କରି ୫ ହଜାର ଟଙ୍କିଆ ପର୍ଯ୍ୟନ୍ତ ପ୍ରାୟ ୨୦୦ ପ୍ରକାରର ପାନ ମିଳେ । ପାନ ର ନାଁ ପୁଣି ଫୋର୍ଥ ନାଇଟ୍ ପାନ, ଫାଷ୍ଟ୍ ନାଇଟ୍ ଆଉ ଆନିଭର୍ସରି ପାନ । ଏମିତି ପାନର ନାଁ ବୋଧେ ଆଗରୁ କେବେ କେ ଶୁଣି ନ ଥିବେ । ଖାଲି ବଲାଙ୍ଗୀରରେ ନୁହେଁ ଏ ଦୋକାନର ପାନ ଥାଇଲାଣ୍ଡ୍, ବ୍ୟାଙ୍କକ୍ ବି ଯାଉଛି।

ତେବେ ଏଇଟି ହେଉଛି ଏ ପାନ ଦୋକାନର ବିଶେଷ ଗୁମର କଥା । ପାନ ଦୋକାନର ଲକରରେ ରହେ ପାନ l ଦୋକାନ ଖୋଲା ଥାଉ ବା ନ ଥାଉ। ଗ୍ରାହକ ଚାହିଁଲେ ଆସି ପାନ ନେଇ ପାରିବେ । ଆଉ ସେଥିପାଇଁ ସବୁ ବ୍ୟବସ୍ଥା କରିଛନ୍ତି ଏହି ପାନ ଦୋକାନର ମାଲିକ ଆନନ୍ଦ ପଞ୍ଜୱାନୀ । ଏମିତି ସୁବିଧା ପାଇଁ ଏଠି ରାତି ଅଧରେ ବସ୍, ଟ୍ରୋକରୁ ଲୋକ ଓହ୍ଲାଇ ପାନ ନେଇ ପଇସା ଦେଇଯାଆନ୍ତି । ହୁଏ ତ ଏମିତି ସୁବିଧା ଆଗରୁ କେଉଁଠି ଦେଖି ନ ଥିବେ। ନିୟମିତ ଗ୍ରାହକଙ୍କ ପାଇଁ ଏଭିଆ ଲକରର ସୁବିଧା କରିଛନ୍ତି ଆନନ୍ଦ ପଞ୍ଜୱାନୀ । ବଲାଙ୍ଗିର ବୁଲି ଯାଉଥିବା ଲୋକେ କଣ୍ଟାବାଞ୍ଜି ସହରର ପର୍ଶୁରାମ ଛକ ନିକଟରେ ଆନନ୍ଦ ପଞ୍ଜୱାନିଙ୍କ ପାନ ଦୋକାନ ନିଶ୍ଚୟ ପାଇଯିବେ । ଯେଉଁଠାରୁ ବିଦେଶକୁ ପାନ ସପ୍ଲାଏ କରାଯାଏ।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଦେଇ ରାଜ୍ୟର ବିଭିନ୍ନ ସହରକୁ ରାତି ସାର୍ ବସ୍ ଟ୍ରକ୍ ମାନ ଯାତାୟାତ କରିଥାଏ । ରାତିରେ ଡ୍ରାଇଭର ମାନେ ପାନ ଚୋବାଇ ଚୋବାଇ ଗାଡ଼ିଚଲାଇବାକୁ ପସନ୍ଦ କରନ୍ତି । ଖାସ୍ ସେଇ ମାନଙ୍କ ପାଇଁ ଏ ପାନ ଦୋକାନର ଲକର୍ ସିଷ୍ଟମ୍ ବେସ୍ କାମରେ ଆସେ । ହେଲେ ଏ ପାନ ଦୋକାନ ପଛରେ ରହିଛି ଦୀର୍ଘ ୫୦ ବର୍ଷର ପୁରୁଣା କାହଣୀ।

ରାୟପୁରରୁ ଗୋବର୍ଦ୍ଧନ ପଞ୍ଜୱାନି ୫୩ ବର୍ଷ ତଳେ କଣ୍ଟାବାଞ୍ଜି ସହରକୁ ଆସି ଏଠି ତାଙ୍କ ନିଜ ନାଁ ଗୋବର୍ଦ୍ଧନ ନାଁରେ ପାନ ଦୋକାନ ଆରମ୍ଭ କରିଥିଲେ l ଏବେ ସେ କଣ୍ଟାବାଞ୍ଜି ପଟେଲ କଲୋନୀର ବାସିନ୍ଦା I ଏବେ ତାଙ୍କ ପୁଅ ଆନନ୍ଦ ପାନ ଦୋକାନର ଦେଖାରେଖା କରୁଛନ୍ତି l ଗୋବର୍ଦ୍ଧନ ପାନ ଦୋକାନର ପାନ ହେଉଛି କଣ୍ଟାବାଞ୍ଜି ଅଞ୍ଚଳର ଫେମସ ପାନ ଦୋକାନ l ଏଠି ପ୍ରତିଦିନ ବିଭିନ୍ନ ପ୍ରକାର ର ହଜାର ହଜାର ପାନ ବିକ୍ରି ହୋଇଥାଏ l କଣ୍ଟାବାଞ୍ଜିରେ ମୁଖ୍ୟ ବ୍ରାଞ୍ଚ ଥିବା ବେଳେ ରାୟପୁର ଓ ବିଳାସପୁର ସହ ମୋଟ ତିନୋଟି ସ୍ଥାନରେ ପାନ ଦୋକାନ ଖୋଲିଛନ୍ତି l ବିଭିନ୍ନ ଜିଲ୍ଲା ତଥା ଦେଶ ବାହାରକୁ ମଧ୍ୟ ଏହି ପାନ ଯାଇଥାଏ l

ମୂଳ ଦୋକାନ ବାଦ୍ ରାୟପୁର ଓ ବିଳାସପୁରରେ ବ୍ରାଞ୍ଚ ଖୋଲିଥିବା ବେଳେ ବିଦେଶକୁ ପୂନ ସପ୍ଲାଏ ହେଉଛି । ଦେଶୀ ଜିନିଷକୁ କେମିତି ବ୍ରାଣ୍ଡିଙ୍ଗ୍ କରାଯାଏ ଆଉ ବ୍ୟବସାୟକୁ କେମିତି ସଫଳ କରାଯାଏ ତାହାର ଏକ ବଳିଷ୍ଠ ଉଦାହରଣ ହେଉଛନ୍ତି ଗୋବର୍ଦ୍ଧନ ପଞ୍ଜୱାନୀ ଏବଂ ଆନନ୍ଦ ପଞ୍ଜୱାନୀ ।