• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି କଡ ଲେଉଟାଇଛି କରୋନା ମହାମାରୀ । ତା’ସହିତ ଓମିକ୍ରନ ସଂକ୍ରମଣ ସଂଖ୍ୟା ବି ଦିବକୁ ଦିନ ବଢ଼ିଚାଲିଛି । ମହାମାରୀକୁ ଦୃଷ୍ଟିରେ ରଖି ସଜାଗ ରହିବା ଓ କଟକଣାକୁ ପାଳନ କରିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦେଶ ଜାରି କରାଯାଇଛି । ନିୟମ ପାଳନ କରାଯାଉଛି କି ନାହିଁ ତଦାରଖ କରିବାକୁ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଓ ସଠିକ ଭାବେ ମାସ୍କ ପରିଧାନ କରିବା ପାଇଁ ଲୋକ ମାନଙ୍କୁ ପରାମର୍ଶ ଦିଆଯାଉଛି । ତେବେ ମାସ୍କ ଚେକିଂ ନାମରେ ପ୍ରଶାସନ ଜୁଲମ କରୁଥିବା ଅଭିଯୋଗ ହୋଇଛି । ଲୋକଙ୍କ ଠାରୁ ପ୍ରଶାସନ ପକ୍ଷରୁ ଜୋରକରି ଜୋରିମାନା ଆଦାୟ କରୁଛି । ଏହାର ପ୍ରତିବାଦ କରି ବାସୁଦେବପୁର ସହରର କେତେକ ଦୋକାନୀ ପୌର କାର୍ଯ୍ୟାଳୟ ସହ ଥାନା, ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଘେରି ହୋ ହଲ୍ଲା କରିବା ସହ ପ୍ରତିବାଦ କରିଛନ୍ତି ।

ଦୋକାନୀଙ୍କ ଅଭିଯୋଗ ଅନୁସାରେ ଦୋକାନରେ କୌଣସି ଗ୍ରାହକ ନ ଥିବା ବେଳେ ବ୍ୟବସାୟୀ ଜଣଙ୍କ ଏକାକୀ ମାସ୍କ ନପିନ୍ଧି ବସି ରହୁଛି । ଏଭଳି ସ୍ଥିତିରେ ବ୍ୟବସାୟୀଙ୍କ ଠାରୁ ପ୍ରଶାସନ ଦୋକାନୀଙ୍କ ଠାରୁ ଜୋରିମାନା କାଟୁଛନ୍ତି । ଜଣେ ବ୍ୟବସାୟୀ ଦୋକାନକୁ ଆସିଲେ ହାତମୁହଁ ଧୋଇ ପାଣି ଆଣି ଧୂପ ଟିକେ ଲଗାଇବ। ଠାକୁରପୂଜା ସମୟରେ କ'ଣ ମୁହଁରେ ମାସ୍କ ଲଗାଇ ଧୂପ ଦେବାକୁ ପଡିବ ବୋଲି ପ୍ରଶ୍ନ କରିଛନ୍ତି ଦୋକାନୀ । ଦୋକାନରେ କୌଣସି ଗ୍ରାହକ ନ ଥିବା ବେଳେ ବ୍ୟବସାୟୀ କ’ଣ ମାସ୍କ ପିନ୍ଧି ବସିବା ବାଧ୍ୟତାମୂଳକ । ମାସ୍କ ଚେକିଂ ନାମରେ ଦୋକାନୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ବ୍ୟବସାୟୀ ସଂଘ ।

ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବିନା ମାସ୍କରେ ରହୁଥିବା କର୍ମଚାରୀଙ୍କୁ କାହିଁକି ଜୋରିମାନା କରାଯାଉନି ବୋଲି ପ୍ରଶ୍ନ କରିଥିଲେ । ଏଥିସହ ନିୟମ ସଭିଙ୍କ ପାଇଁ ସମାନ କରାଯିବା ସହ ମାସ୍କ ପିନ୍ଧି ନଥିବା ସରକାରୀ କର୍ମଚାରୀଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରାଯାଉ ବୋଲି ଦାବି କରିଥିଲେ ବ୍ୟବସାୟୀ । ବାସୁଦେବପୁର ସହରରେ ଥିବା ପୌର କାର୍ଯ୍ୟାଳୟ, ଥାନା, ତହସିଲ, ବ୍ଲକ କାର୍ଯ୍ୟାଳୟରେ ବ୍ୟବସାୟୀ ପହଞ୍ଚି ହୋ ହଲ୍ଲା କରିବା ସହ ପ୍ରତିବାଦ କରିଥିଲେ ।

ବାସୁଦେବପୁରରୁ କିରୀଟି ଦାସ ଓଟିଭି