Advertisment

ଅବସର ପରେ ସେନା ଗଢ଼ୁଛନ୍ତି ଯବାନ

ଅବସର ପରେ ସମସ୍ତଙ୍କ ପାଇଁ ସାଜିଛନ୍ତି ଗୁରୁ । ସେନାରେ ନୁଯୁକ୍ତି ପାଇଁ ଯୁବକଯୁବତୀଙ୍କୁ ଦେଉଛନ୍ତି ଟ୍ରେନିଂ । ବ୍ରହ୍ମପୁର ଫିଜିକାଲ୍ ଏକାଡେମୀ ପ୍ରତିଷ୍ଠା କରି ଆଗ୍ରହୀ ଯୁବଶକ୍ତିଙ୍କୁ ସେନା ପାଇଁ ଶାରିରୀକ ଭାବେ ପ୍ରସ୍ତୁତ କରାଇବାରେ ଲାଗିପଡ଼ିଛନ୍ତି ସୀମାଞ୍ଚଳ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Ex-Havildar Simanchal Barik Trains Youths For Indian Army Recruitment In Berhampur

Ex-Havildar Simanchal Barik Trains Youths For Indian Army Recruitment In Berhampur

ଅବସର ପରେ ସମସ୍ତଙ୍କ ପାଇଁ ସାଜିଛନ୍ତି ଗୁରୁ । ସେନାରେ ନୁଯୁକ୍ତି ପାଇଁ ଯୁବକଯୁବତୀଙ୍କୁ ଦେଉଛନ୍ତି ଟ୍ରେନିଂ । ବ୍ରହ୍ମପୁର ରାମନଗର ଅଞ୍ଚଳର ସୀମାଞ୍ଚଳ ବାରିକ ୨୦୦୦ ମସିହାରେ ଇଣ୍ଡିଆନ୍ ଆର୍ମିରେ ଯବାନ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ସୀମାଞ୍ଚଳ, ପିଇଟି ଟ୍ରେନିଂ ନେଇ ଯବାନ ମାନଙ୍କୁ ଟ୍ରେନିଂ ଦେଉଥିଲେ ହେଲେ ଗଲା ବର୍ଷେ ହେବ ଚାକିରି ଛା଼ଡ଼ି ବ୍ରହ୍ମପୁରକୁ ନିଜ ନୂଆ କର୍ମ କ୍ଷେତ୍ରରେ ପରିଣତ କରିଛନ୍ତି । ବ୍ରହ୍ମପୁର ଫିଜିକାଲ୍ ଏକାଡେମୀ ପ୍ରତିଷ୍ଠା କରି ଆଗ୍ରହୀ ଯୁବଶକ୍ତିଙ୍କୁ ସେନା ପାଇଁ ଶାରିରୀକ ଭାବେ ପ୍ରସ୍ତୁତ କରାଇବାରେ ଲାଗିପଡ଼ିଛନ୍ତି ସୀମାଞ୍ଚଳ ।

Advertisment

ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଗ୍ରାଉଣ୍ଡ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଉଠେ । ଏହି ପଡିଆରେ ଭାରତ ମାତା କି ଜୟ, ବନ୍ଦେ ମାତରମ୍ ଶୁଭିବା ସହ ଝାଳବୁହା କସରତରେ ଲାଗି ପଡ଼ନ୍ତି ଶତାଧିକ ଯୁବକଯୁବତୀ ।କାହାର ସ୍ୱପ୍ନ ଭାରତୀୟ ସେନାବାହିନୀରେ ଯୋଗ ଦେବା, ଆଉ କାହାର ନିଜ ଓଜନ୍ କମାଇ ଫିଟ୍ ରହିବା ।

କେବଳ ଜିମ୍‌ରେ ନୁହେଁ ଖୋଲା ପଡ଼ଇାରେ, ଖୋଲା ଆକାଶ ତଳେ ବି କସରତ କରି ଓଜନ କମାଇ ହୁଏ, ନିଜକୁ ଫିଟ୍ ରଖି ହୁଏ । ଏଇ ମନ୍ତ୍ର ନେଇ ପୂର୍ବତନ ସେନା ଯବାନ ସୀମାଞ୍ଚଳଙ୍କ ପ୍ରଚେଷ୍ଟାରେ ଏକ ଶାରିରୀକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଢ଼ିଉଠିଛି । ସେ ଏଠାରେ କେବଳ ଫିଟ୍ ରହିବା ନୁହେଁ, ଦେଶ ପାଇଁ ନିର୍ଭିକ ତଥା ଶକ୍ତିଶାଳୀ ସୈନିକ ଗଠନ ଭଳି ଏକ ବୃହତ୍ତର ଅଭିଳାଷ ରଖି ଯୁବକଯୁବତୀଙ୍କୁ ତାଲିମ ଦେଉଛନ୍ତି ସୀମାଞ୍ଚଳ ।

Advertisment

ସୂଚନା ଅନୁସାରେ, ଏଠାରେ ଯୁବକଯୁବତୀଙ୍କୁ ଭାରତୀୟ ସେନାର ଆବଶ୍ୟକତା ଅନୁସାରେ, ଦୌଡ଼ା, ଶାରୀରିକ ପରୀକ୍ଷା ପାସ୍ କରିବା ଓ ଆର୍ମିରେ ଭର୍ତ୍ତି ପରେ କଷ୍ଟସାଧ୍ୟ ଟ୍ରେନିଂରେ ଉତ୍ତୀର୍ଣ୍ଣ ହେବା ପାଇଁ କେବଳ ଦେହରୁ ନୁହେଁ, ମନରୁ ବି ମଜବୁତ କରାଯାଉଛି । ସୀମାଞ୍ଚଳଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ରହିଛି, ଯାହାକି ଖୁବ୍ ଲୋକପ୍ରିୟ ରହିଛି । ସେଥିରୁ ଭଲ ରୋଜଗାର ବି ହେଉଛି କେବଳ ଏତିକି ନୁହେଁ ତାଙ୍କର ଭିଡିଓ ସବୁକୁ ଦେଖି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ତଥା ବାହାର ରାଜ୍ୟରୁ ବି ଯୁବକଯୁବତୀ ବ୍ରହ୍ମପୁର ଆସି ଟ୍ରେନିଂ ନେଉଛନ୍ତି ।

Berhampur Indian Army Ex-Havildar
Advertisment
Advertisment