• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଭିଡ଼ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ମନ୍ତବ୍ୟ ଦେଇଛନ୍ତି । ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେହିପରି କୋଭିଡ଼ ନିୟମ କଡ଼ାକଡ଼ି ପାଳନ କରିବାକୁ ଲୋକଙ୍କ ଉଦ୍ଦେଶ୍ୟରେ ଅପିଲ ମଧ୍ୟ କରିଛନ୍ତି । ନିୟମ ଅନୁପାଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଆଦୌ ଟିକା ନେଇନଥିବା ଲୋକଙ୍କ ଟିକାକରଣ ଜୋରଦାର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସାରା ଦେଶରେ କୋଭିଡ୍‌ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି। ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ।  ତେଣୁ ସତର୍କ ରହିବା ପାଇଁ ଜନସାଧାରଣ ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ସଚେତନତା କାର୍ଯ୍ୟରେ ମିଶନ ଶକ୍ତି ଗ୍ରୁପଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଛି । ହୋମ୍ କ୍ୱାରେଣ୍ଟିନରେ ଥିବା ଆକ୍ରାନ୍ତଙ୍କୁ ନିୟମିତ ଯୋଗାଯୋଗ ପାଇଁ ପରାମର୍ଶ ଦେଇଥିବା ବେଳେ ରାପିଡ ରେସପନ୍ସ ଟିମ୍ ନିୟମିତ ଯୋଗାଯୋଗ ରଖିବାକୁ କହିଛନ୍ତି ।

ସେପଟେ ଆଜି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୭ ହଜାର ପାର୍‌ କରି ଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪,୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୯୪୩ ରହିଛି। ଦିନକରେ ରାଜ୍ୟରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତ ବଢ଼ିଛି।