• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମକର ସଂକ୍ରାନ୍ତି ପାଇଁ କଟକଣା କଲେ ରାଜ୍ୟ ସରକାର । ଏସଆରସିଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ଆସନ୍ତା ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ସାମାଜିକ, ଧାର୍ମିକ ଏବଂ ପର୍ବପର୍ବାଣୀ ଉତ୍ସବରେ ଜନସମାଗମ ଉପରେ କଟକଣା ଜାରି କରାଯାଇଛି । ରାଜ୍ୟରେ ଜାରି ରହିଥିବା କୋଭିଡ୍ ସ୍ଥିତିକୁ ନେଇ ଏହି କଟକଣା ଜାରି ହୋଇଛି । ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ଅବସରରେ ରାଜ୍ୟର ସମସ୍ତ ଜଳାଶୟରେ, ନଦୀ ଘାଟ, ପୋଖରୀ, ସମୁଦ୍ର ବେଳାରେ ବୁଡ ପକାଇବାକୁ ବାରଣ କରାଯାଇଛି । ଏହି ସବୁ ସ୍ଥାନ ଗୁଡିକରେ ପୂଜାର୍ଚ୍ଚନା କରିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମକଳ ମେଳା ଉତ୍ସବ ପାଳନ ଉପରେ ମଧ୍ୟ କଟକଣା ଲାଗିଛି । ମକର ସଂକ୍ରାନ୍ତିରେ ଧାର୍ମିକ ସ୍ଥଳ ଗୁଡିକରେ ସାଧାରଣ ଦର୍ଶନ ଓ ପୂଜାର୍ଚ୍ଚନା ବନ୍ଦ ରହିବ । କୋଭିଡ୍ କଟକଣା ମଧ୍ୟରେ ରୀତିନୀତି ପାଳନ ସହ ପୂଜାର୍ଚ୍ଚନା ହେବ ।

କ’ଣ କ’ଣ କଟକଣା ଜାରି କରାଯାଇଛି ? 

• ମକର/ପୋଙ୍ଗଲ ଉତ୍ସବ ମନା; ରୀତିନୀତି ହେବ

• ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କଲେ SRC

• କୋଭିଡ୍ ସଂକ୍ରମଣକୁ ଦେଖି ଗହଳି ନ କରିବାକୁ ପରାମର୍ଶ

• ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବା ମନା

• ମକର ମେଳାରେ ଉତ୍ସବ ପାଳନ କରିବା ସମ୍ପୂର୍ଣ୍ଣ ବାରଣ

• ମକର/ପୋଙ୍ଗଲରେ ଧର୍ମାନୁଷ୍ଠାନରେ ସର୍ବସାଧାରଣଙ୍କୁ ପୂଜା ମନା

• ଧର୍ମାନୁଷ୍ଠାନରେ କେବଳ ରୀତିନୀତି କରିବାକୁ ଅନୁମତି ପ୍ରଦାନ

• ଘର ଭିତରେ ପରିବାର ସହ ମକର/ପୋଙ୍ଗଲ ପାଳିବାକୁ ପରାମର୍ଶ