Advertisment

ହଠାତ୍‌ ଓଡ଼ିଶାରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ଚିହ୍ନଟ ହେଲେ ୭,୦୭୧ ପଜିଟିଭ୍‌

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୭ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୨୨୬ ଜଣ ସଂକ୍ରମିତ ଚିହ୍ନଟ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Coronavirus

Coronavirus

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୭ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪,୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୯୪୩ ରହିଛି। ଦିନକରେ ରାଜ୍ୟରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତ ବଢ଼ିଛି। 

Advertisment

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୦୭ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୨୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୮୨,୭୬୯ରେ ପହଞ୍ଚଛି। ସେଥି ମଧ୍ୟରୁ ୧୦,୪୭,୦୩୧ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌-୨୭,୨୧୬ ରହିଛି।

Advertisment


— I & PR Department, Odisha (@IPR_Odisha) January 11, 2022


— I & PR Department, Odisha (@IPR_Odisha) January 11, 2022


— I & PR Department, Odisha (@IPR_Odisha) January 11, 2022

ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏସଆରସିଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ଆସନ୍ତା ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ସାମାଜିକ, ଧାର୍ମିକ ଏବଂ ପର୍ବପର୍ବାଣୀ ଉତ୍ସବରେ ଜନସମାଗମ ଉପରେ କଟକଣା ଜାରି କରାଯାଇଛି।

COVID19 Corona Cases In Odisha
Advertisment
Advertisment