Advertisment

Uttam Mohanty Love Story: ଅପରାଜିତାଙ୍କୁ ମନେଇବାକୁ ଲାଗିଥିଲା ୫ବର୍ଷ; ଶାଶୁ ମା’ଙ୍କୁ କରିବାକୁ ପଡ଼ିଥିଲା ରାଜି

୧୯୮୭ ମସିହା ମେ’ ମାସ ୧୭ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଭୁବନେଶ୍ୱରର ମ୍ୟୁନିସିପାଲଟି ଅତିଥି ଭବନରେ ଏହି ବିବାହ ହେଇଥିଲା। ଟିକି ଅପାଙ୍କ ନରମ ସ୍ୱଭାବ ଉତ୍ତମଙ୍କୁ ଆକୃଷ୍ଟ କରିଥିଲା

author-image
Tapaswini Nayak
ଅଦ୍ୟତନ ହୋଇଛି
Uttam Mohanty Aparajita Mohanty Love Story

Uttam Mohanty

ଉତ୍ତମ ମହାନ୍ତି ଓ ଅପରାଜିତା ସିନେ ଜଗତର ଲୋକପ୍ରିୟ ଯୋଡ଼ି। ରିଲ୍ ଓ ରିଅଲ ଲାଇଫରେ ସେମାନେ ଥିଲେ ହିଟ୍‌। ହେଲେ ସେମାନଙ୍କ ପ୍ରେମ ମଧ୍ୟ ଥିଲା ନିଆରା। ଟିକେ ଖଟା ଓ ଟିକେ ମିଠା... ଏହି ଖଟାମିଠା ପ୍ରେମ ପାଇବା ପାଇଁ ଉତ୍ତମଙ୍କୁ ଲାଗିଥିଲା ୫ବର୍ଷ। ଶେଷରେ ଉତ୍ତମଙ୍କୁ ମିଳିଥିଲେ ଟିକି ଅପା.....।

Advertisment

ଏହି ଏଭରଗ୍ରୀନ ଯୋଡ଼ିଙ୍କ ପ୍ରେମ ଷ୍ଟାଟ୍‌ ହୋଇଥିଲା ଫିଲ୍ମ ‘ଅଶାନ୍ତ ଗ୍ରହ’ରୁ। କୁହାଯାଏ, ଅଶାନ୍ତ ଗ୍ରହ ଫିଲ୍ମର ଯେତେବେଳେ ସୁଟିଂ ଚାଲିଥିଲା, ସେତେବେଳେ ଉତ୍ତମଙ୍କ ସହ ଅପରାଜିତାଙ୍କ ହୁଏ ପ୍ରଥମ ଦେଖା ହୁଏ। ପ୍ରଥମେ ଦେଖାରେ ଟିକି ଅପାଙ୍କୁ ପସନ୍ଦ କରିଥିଲେ ଉତ୍ତମ। ଜୀବନ ସାଥୀ କରିବେ ବୋଲି କରିଥିଲେ ମନସ୍ତ। ଆଉ ତା’ ପରେ ପରେ କିଛି ଫିଲ୍ମରେ କରିଥିଲେ ଏକାଠି ଅଭିନୟ। ଏହାପରେ କିପରି  ମନର ମଣିଷକୁ ନିଜର କରିବେ ଲାଗିପଡ଼ିଥିଲେ ଉତ୍ତମ।

ଅଧିକ ପଢ଼ନ୍ତୁ;   ଚିରନିଦ୍ରାରେ ସହରୀ ବାଘ; ଏଇଠି ହେବ ଶେଷକୃତ୍ୟ

ତେବେ ଅପରାଜିତାଙ୍କୁ ବିବାହ ପାଇଁ ରାଜି କରିବାକୁ ଉତ୍ତମଙ୍କୁ ପ୍ରାୟ ୫ ବର୍ଷ ଲାଗିଯାଇଥିଲା। ଉତ୍ତମ କେବେ ବି ଅପରାଜିତାଙ୍କୁ ପ୍ରେମ ନିବେଦନ କରିନଥିଲେ, ବରଂ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ । ଅଭିଳାଷ ଫିଲ୍ମରେ ମନର କଥା କହିଥିଲେ ଉତ୍ତମ। ଲଭ୍, ଫଭ୍‌ କିଛି ମୁଁ କିଛି ଜାଣିନି, ତୁମେ ମୋ ମା’ଙ୍କୁ ପଚାର ବୋଲି ରୋକଠୋକ କହିଥିଲେ ଅପରାଜିତା। ମା’ ରାଜି ହେଲେ ବିବାହ ହେବ ବୋଲି କହିଥିଲେ । ଶେଷରେ ଉତ୍ତମ ନିଜର ମନର ମଣିଷକୁ ପାଇବା ପାଇଁ ଅପରାଜିତାଙ୍କ ମା’ଙ୍କୁ କହିଥିଲେ। ଅପରାଜିତାଙ୍କ ମା’ ମଧ୍ୟ ଉତ୍ତମଙ୍କ କଥାରେ ରାଜି ହୋଇଯାଇଥିଲେ।

Advertisment

ଆଉ ୧୯୮୭ ମସିହା ମେ’ ମାସ ୧୭ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଭୁବନେଶ୍ୱରର ମ୍ୟୁନିସିପାଲଟି ଅତିଥି ଭବନରେ ଏହି ବିବାହ ହେଇଥିଲା। ଟିକି ଅପାଙ୍କ ନରମ ସ୍ୱଭାବ ଉତ୍ତମଙ୍କୁ ଆକୃଷ୍ଟ କରିଥିଲା। ଆଉ ବିବାହର ୨ ବର୍ଷ ପରେ, ଅର୍ଥାତ ୧୯୮୯ ମସିହାରେ ଉତ୍ତମ ଆଉ ଅପରାଜିତାଙ୍କ କୋଳକୁ ଆସିଥିଲେ, ବର୍ତ୍ତମାନର ଓଲିଉଡ୍ ସୁପରଷ୍ଟାର ତଥା ଚକୋଲେଟ୍‌ ବୟ ବାବୁସାନ୍ ମହାନ୍ତି ।

ଗତକାଲି ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ। ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ।

ଅଧିକ ପଢନ୍ତୁ: CA ରୁ ସୁପରଷ୍ଟାର....ଉତ୍ତମଙ୍କ ବିଷୟରେ କିଛି ଅଜଣା କଥା

Ollywood Uttam Mohanty
Advertisment
Advertisment