Advertisment

ଆଜି ବଲାଙ୍ଗିରରେ ଶୁଲିଆ ଯାତ୍ରା

ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଫାସୁତୁରା ହେବା ପରେ ଗାଁ ଦାଣ୍ଡ ପଞ୍ଚବାଦ୍ୟ ଦୁଲଦୁଲିରେ ଦୁଲିକୁଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Bolangir To Witness Sulia Jatra Today

Bolangir To Witness Sulia Jatra Today

ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଫାସୁତୁରା ହେବା ପରେ ଗାଁ ଦାଣ୍ଡ ପଞ୍ଚବାଦ୍ୟ ଦୁଲଦୁଲିରେ ଦୁଲିକୁଛି । କେବଳ ଏତିକି ନୁହେଁ ଏହାସହ ଅସ୍ତ୍ରପୂଜା କରାଯାଇଛି ।

Advertisment

ମଧ୍ୟରାତ୍ରରେ ନିଶିପୂଜା ସରିଛି । ଆଜି ସକାଳୁ ଆଦିବାସୀମାନେ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରାରେ ବାହାରି ଯାତ୍ରାସ୍ଥଳରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି ।

ତେବେ କୋଭିଡ କଟକଣା ଭିତରେ ଯାତ୍ରା ପାଳନ କରିବାକୁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ଦେହୁରୀ, ପୂଜକ, ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଛି । ଯାତ୍ରାରେ ଯେପରି ଗହଳି ନହେବ ତଥା କୋଭିଡ୍‌ ଗାଇଡ୍‌ ଲାଇନ୍‌ର ଉଲଙ୍ଘନ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଯାହା କାରଣରୁ ପୋଲିସ ପକ୍ଷରୁ ଖଇରଗୁରା ଓ କୁମୁରିଆରେ ଚାରି ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି ।

Advertisment

ରାଜ୍ୟରେ କୋଭିଡ୍‌ ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ରାଜ୍ୟରେ ବିଭିନ୍ନ ଗାଇଡ୍‌ଲାଇନ୍‌ ଲାଗୁ କରାଯାଇଛି । ଅନ୍ୟପକ୍ଷେ , ଓଡ଼ିଶାରେ ଆଜି ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୭ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪,୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୯୪୩ ରହିଛି। ଦିନକରେ ରାଜ୍ୟରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତ ବଢ଼ିଛି।

Bolangir Sulia Jatra
Advertisment
Advertisment