/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740725694.jpg)
Subhadra Yojana
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ । ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ମହିଳା ଦିବସ ଅବସରରେ ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କୁ ଦ୍ବିତୀୟ କିସ୍ତି ଟଙ୍କା ଦିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବ୍ରହ୍ମପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୁଭଦ୍ରା କିସ୍ତି ଟଙ୍କା ମିଳିବ । ପ୍ରାୟ କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ।
ଅଧିକ ପଢ଼ନ୍ତୁ: ପ୍ରତିଶ୍ରୁତି ପୂରଣରେ ବିଳମ୍ବ ହେଲେ ରାଜନୈତିକ ଫାଇଦା ନେବେ ବିରୋଧୀ
ଗତବର୍ଷ ସେପଟେମ୍ବର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ କରିଥିଲେ ମୋହନ ସରକାର । ସେବେଠୁ ୪ଟି ଫେଜରେ ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ ଟଙ୍କା ମିଳିଛି । ମାର୍ଚ୍ଚ ୮ରେ ଦ୍ୱିତୀୟ କିସ୍ତିରେ ପୁଣି ମିଳିବ ସୁଭଦ୍ରା ଟଙ୍କା । ଦ୍ୱିତୀୟ କିସ୍ତି ଟଙ୍କା ପାଇବେ ୧ କୋଟି ହିତାଧିକାରୀ ।
କୋଟିଏରୁ ଊର୍ଦ୍ଧ୍ବ ମହିଳାଙ୍କ ନିକଟରେ ‘ସୁଭଦ୍ରା’ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଯୋଜନାରୁ ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେନି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ‘ସୁଭଦ୍ରା’ ଯୋଜନାରେ ୯୮ ଲକ୍ଷ ମହିଳା ଯୋଡ଼ି ହୋଇସାରିଛନ୍ତି । ହେଲେ ଏବେ ବି ରାଜ୍ୟର କିଛି ମହିଳାଙ୍କ ନିକଟରେ ‘ସୁଭଦ୍ରା’ ଟଙ୍କା ପହଞ୍ଚି ପାରିନାହିଁ । ଡିବିଟି ଆକ୍ଟିଭ୍ ହୋଇନଥିବାରୁ ସୁଭଦ୍ରା କିସ୍ତି ସେମାନଙ୍କ ଆକାଉଣ୍ଟକୁ ଯାଇପାରିନଥିଲା ।
ବ୍ୟାଙ୍କିଙ୍ଗ ସମସ୍ୟା ପାଇଁ ୨ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିପାରିନି । ଏମାନେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଶେଷ ହିତାଧିକାରୀ ହୋଇଥିବାବେଳେ ମାର୍ଚ୍ଚ ୮ରେ ଏମାନଙ୍କୁ ଏକାଥରେ ଦୁଇଟି କିସ୍ତିର ଟଙ୍କା ମିଳିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)