Advertisment

Tariffs On Canada: ଟ୍ରମ୍ପଙ୍କୁ ଖୋଲାଖୋଲି ଧମକ ଦେଲେ ଟ୍ରୁଡୋ; କହିଲେ ଶୁଳ୍କ ଲାଗୁ କଲେ ଆମେ ବି ଛାଡ଼ିବୁନି...

ଆମେରିକାରେ ଫେଣ୍ଟାନିଲ୍ ଔଷଧ ସଙ୍କଟ ଯୋଗୁଁ କାନାଡା ଉପରେ ଶୁଳ୍କ ଲାଗୁ କରାଯାଉଛି, କିନ୍ତୁ ସେଠାରେ ଶେଷ ହେଉଥିବା ଫେଣ୍ଟାନିଲ୍‌ର ଏକ ପ୍ରତିଶତରୁ ମଧ୍ୟ କମ୍ କାନାଡାରୁ ଆସୁଛି। ଟ୍ରମ୍ପଙ୍କୁ ବୁଝିବା ଆବଶ୍ୟକ ଯେ ତାଙ୍କ ଦେଶ ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକ କାନାଡା ଦ୍ୱାରା ସୃଷ୍ଟି କରାଯାଇନାହିଁ।

author-image
Sonali Ojha
ଅଦ୍ୟତନ ହୋଇଛି
Unjustified Tariffs On Canada

Unjustified Tariffs On Canada

ମାର୍ଚ୍ଚ ୪ରୁ ଚୀନ, ମେକ୍ସିକୋ ଓ କାନାଡା ଉପରେ ଆମଦାନୀ ଶୁଳ୍କ ଲାଗୁ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଆମେରିକାର ଏହି ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ବିଦାୟୀ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ।  ଆମେରିକାର ନିଷ୍ପତ୍ତି ବିଷୟରେ ଟ୍ରମ୍ପଙ୍କୁ ଚେତାବନୀ ଦେବା ସହ ଖୁବ୍ ବର୍ଷିଛନ୍ତି । ଆମେ ଆମେରିକାକୁ କଡ଼ା ଜବାବ ଦେବୁ ବୋଲି ସେ ଚେତାଇ ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଏଲନ ମସ୍କଙ୍କ ପାଦ ଚାଟୁଥିଲେ ଟ୍ରମ୍ପ, ଟିଭିରେ ଚାଲିଲା ଭିଡିଓ, ଜାଣନ୍ତୁ କ'ଣ ଘଟଣା...

ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି, ଯଦି ଆମେରିକା ଆମ ଉପରେ ଅନ୍ୟାୟ ଶୁଳ୍କ ଲାଗୁ କରେ, ତେବେ ଆମେ ଏହାର କଡ଼ା ଜବାବ ଦେବୁ, ଯାହା କାନାଡିଆନମାନେ ଆଶା କରନ୍ତି। ଆମେରିକାରେ ଫେଣ୍ଟାନିଲ୍ ଔଷଧ ସଙ୍କଟ ଯୋଗୁଁ କାନାଡା ଉପରେ ଶୁଳ୍କ ଲାଗୁ କରାଯାଉଛି, କିନ୍ତୁ ସେଠାରେ ଶେଷ ହେଉଥିବା ଫେଣ୍ଟାନିଲ୍‌ର ଏକ ପ୍ରତିଶତରୁ ମଧ୍ୟ କମ୍ କାନାଡାରୁ ଆସୁଛି। ଟ୍ରମ୍ପଙ୍କୁ ବୁଝିବା ଆବଶ୍ୟକ ଯେ ତାଙ୍କ ଦେଶ ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକ କାନାଡା ଦ୍ୱାରା ସୃଷ୍ଟି କରାଯାଇନାହିଁ।

Advertisment

ଆମେରିକା କାହିଁକି କାନାଡା ଉପରେ ଶୁଳ୍କ ଲାଗୁ କରୁଛି?

ଆମେରିକାରେ ଔଷଧ ଭାବରେ ଫେଣ୍ଟାନିଲ୍ ଡ୍ରଗ୍ସର ବ୍ୟବହାର ବୃଦ୍ଧି ପାଇଛି। ଏହି ଡ୍ରଗ୍ସକୁ ଥରେ ସେବନ କଲେ ଯେକୌଣସି ବ୍ୟକ୍ତି ଘଣ୍ଟା ଘଣ୍ଟା ଧରି ନିଶାଗ୍ରସ୍ତ ରହିପାରିବ। ଏହି ଡ୍ରଗ୍ସ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ। ଏହା ଆମେରିକାରେ ନିଷିଦ୍ଧ, କିନ୍ତୁ କାନାଡା ଏବଂ ମେକ୍ସିକୋର ନିଶା ଚୋରାଚାଲାଣକାରୀମାନେ ଏହାକୁ ଆମେରିକାରେ ବିକ୍ରି କରନ୍ତି। ଏହି ଔଷଧ ଯୋଗୁଁ ଆମେରିକାରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ପୀଡିତଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି।

ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ କାନାଡା ଚୋରା ଚାଲାଣକାରୀଙ୍କୁ ରୋକିବା ପାଇଁ କିଛି କରୁନାହିଁ। ଟ୍ରମ୍ପ କହିଛନ୍ତି ଯେ କାନାଡା ଏହି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପର୍ଯ୍ୟନ୍ତ କାନାଡା ଉପରେ ଆମଦାନୀ ଶୁଳ୍କ ଜାରି ରହିବ। ମେକ୍ସିକୋ ଏବଂ କାନାଡା ଉପରେ ଶୁଳ୍କ ଯୋଜନା ମାର୍ଚ୍ଚ ୪ରୁ କାର୍ଯ୍ୟକାରୀ ହେବ। ମେକ୍ସିକୋ ଓ କାନାଡାର ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ସେହିପରି ଚୀନ୍ ଆମଦାନୀ ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ ଚୀନକୁ ଧମକ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଯୁଦ୍ଧ ନିଆଁରେ ମାଲାମାଲ ହେଉଛି ଆମେରିକା, ଏତେ ଟଙ୍କାର ବେପାର କରୁଛି ଯେମିତି ଦେଶ କିଣି ଦେବ

Donald Trump Canada Justin Trudeau
Advertisment
Advertisment