• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Blast In Pakistan
ବଡ଼ ଧରଣର ଆତଙ୍କବାଦୀ ବିସ୍ଫୋରଣ, ୩୦ ପାକିସ୍ତାନୀ ମୃତ

ମସଜିଦରେ ନମାଜ ପାଠ ବେଳେ ବିସ୍ଫୋରଣ ଘଟିଥିଲା।

  • Friday, 04 March 2022
BJP MP Pratap Sarangi
ପଞ୍ଚାୟତ ନିର୍ବାଚନରେ କାହିଁକି ଫେଲ୍‌ ମାରିଲା ବିଜେପି ? କାରଣ କହିଲେ ପ୍ରତାପ ଷଡ଼ଙ୍ଗୀ

ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ବିଜେପି କାହିଁକି ଏଥର ପଞ୍ଚାୟତ ନିର୍ବାଚନରେ ଚିତପଟାଙ୍ଗ ମାରିଲା, ଓଟିଭି ଫୋରସାଇଟରେ ଅଂଶଗ୍ରହଣ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ସବୁ କଥା ଖୋଲିକରି କହିଛନ୍ତି ।

Bisheshwar Tudu
ବାରିପଦା ଟାଉନ୍ ଥାନାରେ ହାଜିରା ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣା। ବାରିପଦା ଟାଉନ ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ପୂର୍ବରୁ ସରକାରୀ ଅଧିକାରୀ ମାନେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସେମାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ।

cyber crime
ମାସକରେ ରାଜଧାନୀରୁ ୧.୩୯ କୋଟି ସାଇବର ଠକେଇ

୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଚୂନ ଲଗାଇଲେ ଠକ । ରାଜଧାନୀରେ ସାଇବର ଠକଙ୍କ ପ୍ରାଦୁର୍ଭାବ ନେଇ ସାଇବର ସେଲର ସୂଚନା । ଠକଙ୍କ ନିକଟରୁ ୨୩ ଲକ୍ଷ ଟଙ୍କା ବ୍ଲକ କରାଯିବା ସହ ଫେରସ୍ତ ଅଣାଯାଇଛି । ଫେବ୍ରୁଆରୀରେ ରାଜଧାନୀ ସାଇବର ସେଲରେ ୬୦ଟି ମାମଲା ରୁଜୁ ହୋଇଛି ।

Gopal Krishna GSS
ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ଟେକ୍ନୋଲୋଜି: ଗୋପାଳ କ୍ରିଷ୍ଣା ଜିଏସ୍‌ଏସ୍‌

ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେଇ TCS iONର Country Head Market Function & Product Group ହେଡ୍‌ ଗୋପାଳ କ୍ରିଷ୍ଣା ଜିଏସ୍‌ଏସ୍‌ ଟେକ୍ନୋଲୋଜି ଉପରେ ଆଲୋକପାତ କରିଛନ୍ତି।

oil prices hiked
ୟୁକ୍ରେନ ଯୁଦ୍ଧ ଯୋଗୁଁ ଆହୁରି ବଢ଼ିବ ତେଲ ଦର: ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ୟୁକ୍ରେନ ଯୁଦ୍ଧ ଯୋଗୁଁ ବଢ଼ିବ ତେଲ ଦର ! ସୂର୍ଯ୍ୟମୁଖୀ ଦେଲ ଦର ବଢ଼ିବା ଆଶଙ୍କା ପ୍ରକାଶ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପଦକ୍ଷେପ ନେବାକୁ ସରକାରଙ୍କୁ ବ୍ୟବସାୟୀ ସଂଘର ଆହ୍ୱାନ । ଏନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ଜଣାଇଛନ୍ତି ।

Sadhguru
Foresight 2022: ସଦ୍‌ଗୁରୁ ଦେଲେ ଗୁରୁଜ୍ଞାନ, କହିଲେ ମାଟିର ଯତ୍ନ ନିଅ ବନ୍ୟା-ମରୁଡ଼ି ହେବନି

ତାମିଲନାଡ଼ୁର ଉଦାହରଣ ଦେଇ ସେ କହିଛନ୍ତି, ନବେ ଦଶକରେ ଏକ ଜାତିସଂଘ ଏଜେନ୍ସି ଚିନ୍ତାଜନକ ତଥ୍ୟ ଦେଇଥିଲା । ୨୦୨୫ରେ ତାମିଲନାଡୁ ସଂପୂର୍ଣ୍ଣ ମରୁଡ଼ିଗ୍ରସ୍ତ ହୋଇଯିବ ବୋଲି ସେଥିରେ କୁହାଯାଇଥିଲା

Sadhguru On His 'Save Soil' Movemen
ଏବେଠୁ ପରିବେଶର ଯତ୍ନ ନନେଲେ ଆଗକୁ ସାଂଘାତିକ ଅସୁବିଧା ହେବ: ସଦ୍‌ଗୁରୁ

ପ୍ରତିବର୍ଷ ବିଶ୍ୱରେ ୨୭ ହଜାର ଉଦ୍ଭିଦ ପ୍ରଜାତି ନିଶ୍ଚିହ୍ନ ହୋଇଯାଉଛନ୍ତି। ଏହାକୁ ରୋକିବା ପାଇଁ ଏବେଠୁ ଆମେ ଚେଷ୍ଟା ନକଲେ ଆମ ପରପିଢ଼ି ସାଂଘାତିକ ଅସୁବିଧା ଭୋଗିବେ।

madhusmita acharya
କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ

କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେବେ ମଧୁସ୍ମିତା ଆଚାର୍ଯ୍ୟ । ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳୀ ପଣ୍ଡାଙ୍କ ବୋହୂ  ମଧୁସ୍ମିତା । ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁରେଶ ରାଉତରାୟଙ୍କ ଘୋଷଣା । ଏ‌ଆଇସିସିର ଅନୁମୋଦନ କ୍ରମେ ମଧୁସ୍ମିତାଙ୍କ ନାଁରେ ମୋହର ଲାଗିଛି।

Union Minister Narendra Singh Tomar
ଚାଷୀଙ୍କ ପାଇଁ ଖୁସି ଖବର ! ଦୁଇ ଗୁଣା ହେବ ଆୟ

ଚାଷୀଙ୍କ ଆୟ ଦୁଇ ଗୁଣା କରିବା ପାଇଁ ବିଶେଷ ଯୋଜନା କରାଯାଉଛି। ପୂର୍ବରୁ ମାନ୍ଦାବସ୍ଥାରେ କୃଷି ଅର୍ଥନୀତି ଦେଶର ଆର୍ଥିକ ବ୍ୟବସ୍ଥାକୁ  ସହାୟତା କରିଥିଲା ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି।

MD Jagi Mangat Panda
Foresight 2022: ୨୫ ବର୍ଷ ଧରି ୧ ନମ୍ବର ଚ୍ୟାନେଲ, ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ଏମ୍‌ଡି

ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସ୍ୱାଗତ ଜଣାଇଛନ୍ତି ଓଟିଭି MD ଜଗି ମଙ୍ଗତ ପଣ୍ଡା । ଓଟିଭିର ୨୫ ବର୍ଷର ଯାତ୍ରାକୁ ସେ ସ୍ୱାଗତ ଜଣାଇବା ସହ ଦୀର୍ଘ ୨୫ ବର୍ଷ ଧରି ଓଟିଭିକୁ ଏକ ନମ୍ବର ଚ୍ୟାନେଲର ମାନ୍ୟତା ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Union Minister Narendra Singh Tomar
ଓଡ଼ିଶାର ନମ୍ବର ୧ ନ୍ୟୁଜ୍ ଚ୍ୟାନେଲ୍‌ ଓଟିଭି ଅଗଣିତ ଜନତାଙ୍କ ହୃଦୟରେ ସ୍ଥାନ ପାଇଛି: କେନ୍ଦ୍ରମନ୍ତ୍ରୀ

ଓଟିଭିର ଦ୍ୱାଦଶ ବାର୍ଷିକ ସମ୍ମିଳନୀ ଫୋର୍‌ସାଇଟ୍‌-୨୦୨୨ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଟିଭିର ୨୫ ବର୍ଷର ଯାତ୍ରାକୁ ସ୍ୱାଗତ ଜଣାଇଛନ୍ତି।

Ukraine Returnee Odia
ଯୁଦ୍ଧ ମଇଦାନରୁ ସୁରକ୍ଷିତ ଫେରିଲେ ଆଉ ୧୧ ଓଡ଼ିଆ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ସମସ୍ତେ ଘରକୁ ଫେରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 04 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 04 March 2022
Unexpected Winners
ଭୋଟରଙ୍କ ବିଶ୍ୱାସ ଆଗରେ ଫିକା ପଡ଼ିଲା ଅର୍ଥବଳ

ଏ ବିଜୟୀ ସରପଞ୍ଚ ମାନଙ୍କୁ ଦେଖିଲେ ଠିକ୍ ମନେ ହେଉଛି ପଞ୍ଚାୟତ ନିର୍ବାଚନବେଳେ ଅନେକ ଜାଗାରେ ଭୋଟର ଅର୍ଥ-ମଦ ଓ ଭୋଜିରେ ଭାସିଥିଲେ ବି ବାଛିଛନ୍ତି କିନ୍ତୁ ଉପଯୁକ୍ତ ପ୍ରାର୍ଥୀ।

Odisha Municipal Election
କାହାକୁ ଦେବେ କାହାକୁ ଫେରାଇବେ, ସବୁ ଦଳଙ୍କ ପାଇଁ ଚ୍ୟାଲେଞ୍ଜ

ପଞ୍ଚାୟତ ପରେ ଜମି ଆସୁଛି ପୌର ନିର୍ବାଚନ ଉଷ୍ମତା । ଗୋଟେ ପଟେ ନାମାଙ୍କନ ତ ଅନ୍ୟପଟେ ଦଳୀୟ ନେତାଙ୍କ ଘର ଆଗରେ ଆଶାୟୀଙ୍କ ଖଚାଖଚ ଭିଡ଼ ।

Panchayat Election
ପଞ୍ଚାୟତ ନିର୍ବାଚନ ଫଳ ସ୍ପଷ୍ଟ ହେବା ପରେ ଏବେ ବ୍ଲକ୍ ଦଖଲ ପାଇଁ କସରତ

ବିଧାୟକଙ୍କ କ୍ୱାର୍ଟରରେ ପ୍ରବଳ ଗହଳି । ନୂଆ ସରପଂଚ, ସମିତି ସଭ୍ୟମାନଙ୍କର ଲାଗିଛି ଭିଡ଼ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନିକଟରେ ବି ଏକାଠି ହୋଇଛନ୍ତି ଆଶାୟୀ ।

Russia Ukraine War
ସାତ ଦରିଆ ପାରରେ ଯୁଦ୍ଧ ଚାଲିଛି, ହେଲେ ଏଠି ଆଖିରୁ ଲୁହ ଶୁଖୁନି

ପ୍ରତି ମୁହୂର୍ତ୍ତରେ ଆଶଙ୍କା ଅଜଣା ଭୟରେ ଭୟଭୀତ ପୁରୀର ଆଉ ଏକ ପରିବାର । ଯୁଦ୍ଧଭୂଇଁ ୟୁକ୍ରେନର ଖାରକିଭରୁ ଫେରି ଆସିଥିଲେ ବି ଝିଅ ପ୍ରେରଣା ଏଯାଏଁ ଘରକୁ ଫେରିନି । ତାକଥା ମନେ ପଡିଲେ ଆଖିରୁ ଲୁହ ଗଡ଼ିଯାଉଛି, କୋହ ସମ୍ଭାଳି ହେଉନି ।

Fake Doctor Ramesh Swain
ଆହୁରି ଗୁମର ଖୋଲିବ ! ପୁଣି ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନକଲି ଡାକ୍ତର ରମେଶ

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା ।

Jail
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ୫୦ ହଜାର ଜରିମାନା

୨୦୧୮ରେ ରାଜନଗର ଥାନା ଅଞ୍ଚଳରେ ଘଟିଥିଲା ନାବାଳିକା ଦୁଷ୍କର୍ମ। ଦୋଷୀକୁ ୨୦ ବର୍ଷ ସଜା ସହ ୫୦ ହଜାର ଜରିମାନା କଲେ ସ୍ପେଶାଲ ପକ୍ସୋ କୋର୍ଟ ।

Petrol Price Hike
ଖାଇବା ତେଲ ଦର ବଢ଼ିଲା, ଆଗକୁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ଆଶଙ୍କା

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଦେଶରେ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର ।

Ukraine Russia War
OTVକୁ ୟୁକ୍ରେନ୍‌ର ଛାତିଥରା କାହାଣୀ କହିଲେ ଆଦିତ୍ୟ, ବୋମା ମାଡ଼ର ଭୀଷଣ ଶବ୍ଦରେ କାନ ତାବ୍ଦା

ୟୁକ୍ରେନରେ ଫସିଥିବା ଓଡିଆ ଡାକ୍ତରୀ ଛାତ୍ର ଆଦିତ୍ୟ ପାତ୍ର କହିଛନ୍ତି ସେଠାକାର କଳା କାହାଣୀ । ସେ କହିଛନ୍ତି ଯୁଆଡ଼େ ଦେଖିବ ଖାଲି ବୋମା ବର୍ଷା ।

Panchayat Election
ନିର୍ବାଚନ ହାରିବା ପରେ ପ୍ରାର୍ଥୀଙ୍କ ଅଜବ ଯୁକ୍ତି, ଭୋଟ ଦେଲନି ଏବେ ଟଙ୍କା ଫେରାଅ !

ସବୁ ପ୍ରାର୍ଥୀଙ୍କଠାରୁ ଲୋକେ ଟଙ୍କା ନେଇଥିଲେ ବି ଜଣଙ୍କୁ ହିଁ ଦେଇପାରିବେ ଭୋଟ । ଆଉ ନିର୍ବାଚନରେ ମଇଦାନରେ ଜଣେ ହିଁ ପିନ୍ଧିବ ରାଜମୁକୁଟ । ଅନ୍ୟ ସବୁ ପ୍ରାର୍ଥୀ ପରାଜୟକୁ ବରଣ କରିବେ ।

Lady
ଏହି ପ୍ଲାଷ୍ଟିକ୍‌ ବୋତଲ ଗୋଟାଳି ଆସନ୍ନ ପ୍ରସବାଙ୍କ କାହାଣୀ ଆଖିରେ ଆଣି ଦେବ ଲୁହ

୧୯ ବର୍ଷୀୟା ମହିଳା ଲକ୍ଷ୍ମୀପ୍ରିୟା ଦାସ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ବୁଲି ପ୍ଲାଷ୍ଟିକ ବୋତଲ ଗୋଟାଇବା ତାଙ୍କର କାମ ।

 Fake doctor Ramesh Swaini
ଯେତେ ଖୋଳିଲେ ସେତେ ନୂଆ କାହାଣୀ, ନକଲି ଡାକ୍ତର ରମେଶ ନାଁରେ ପୁଣି ଦୁଇ ମାମଲା

୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍‌ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଛି ମାମଲା ।