ଜମ୍ମୁ-କଶ୍ମୀର ଉଧମପୁର ସଲାଥିଆ ଛକରେ ଏକ ବଡ ଧରଣରେ ବିସ୍ଫୋରଣ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ବମ୍ ଡିସପୋଜାଲ୍ ସ୍କ୍ୱାଡ ଏବଂ ଫୋରେନ୍ସିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୂରା ମାମଲାର ଛାନଭିନ କରିଛନ୍ତି ।
ବ୍ଲକ ଚେୟାରମ୍ୟାନ ନିର୍ବାଚନ ପୂର୍ବରୁ ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ଉପରେ ମିଛ କେସ କରାଯାଉଛି । ଗୋଡେଇ ଗୋଡେଇ ତାଙ୍କୁ ଘରୁ ଉଠାଇ ନିଆଯାଉଛି ।
ଜିଲ୍ଲାପାଳ ଗତ ୭ ତାରିଖରେ ସମସ୍ତ ଅନୁମତି ମିଳିଥିବା କହିଥିବା ବେଳେ ASIର ସୁପରିଟେଣ୍ଡଣ୍ଟ ଆରକ୍ୟଲୋଜିଷ୍ଟ ଅରୁଣ ମଲ୍ଲିକ କହିଛନ୍ତି ASI ପକ୍ଷରୁ ପ୍ରଶାସନକୁ ଏବାବଦରେ କିଛି କୁହାଯାଇନାହିଁ
ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବଲାଙ୍ଗିର କଣ୍ଟାବାଂଜି ADJ କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ପ୍ରଥମଥର ପାଇଁ ଡ୍ରାଇଭର ରାଧେଶ୍ୟାମ ସହ ଗୋବିନ୍ଦ ସାହୁଙ୍କୁ ହାଜର କରାଯାଇଛି ।
ଗତ ଫେବ୍ରୁଆରୀ ୨୫ ତାରିଖରେ ଭୁବନେଶ୍ୱରରୁ କଟକ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ ଆଜାଦ ଯାଦବ
ଭିଜିଲାନ୍ସ ଜାଲରେ ପଡିଲେ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସର ଏକ ବଡ଼ ଟିମ୍ ଚଢ଼ାଉ କରୁଛି । ଇଂଜିନିୟର ଜଣକ ବ୍ରହ୍ମପୁର ରୁରାଲ୍ ଓ୍ୱାର୍କସ୍ ଇଲେକ୍ଟ୍ରିକାଲ ଡିଭିଜନରେ କାମ କରୁଥିବା ଜଗନ୍ନାଥ ସେଠୀ ବୋଲି ଜଣାପଡିଛି ।
ମଣ୍ଡିରେ ପଡ଼ିଛି ଶହ ଶହ କ୍ୱିଣ୍ଟାଲ ଧାନ । ଅବ୍ୟବସ୍ଥା ଯୋଗୁଁ ଉଠିପାରୁନି ଧାନ । ଭଦ୍ରକ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏହି ସମସ୍ୟା ଦେଖାଯାଇଛି । ଏହାସହ ଟୋକନ ଅବଧି ମଧ୍ୟ ସରିଆସିଲାଣି ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।
ଯେଉଁଠୁ ଅଧିକ ରାଜସ୍ୱ ମିଳୁଛି ସେଇଠି ନାହିଁ ରାସ୍ତା। ମାତ୍ର ୯ କିମି ରାସ୍ତାରେ ଯିବା ବେଳେ ସାମ୍ନା କରିବେ ୯ ଶହ ଖାଲ। ଟିକିଏ ଅସାବଧାନ ହେଲେ ସିଧା ପାହାଡ଼ ତଳେ
ଆଦିବାସୀ ସମ୍ପ୍ରଦାୟରେ ଶିଶୁକନ୍ୟା ଜନ୍ମ ନେବା ପରେ ପ୍ରଥମେ ଦାନ୍ତ ଉପର ମାଢ଼ିରେ ଉଠିଲେ , ଏହାକୁ ଅଶୁଭ ବୋଲି ଧରାଯାଇଥାଏ । ଯାହାର ପ୍ରତିକାର ସଦୃଶ ତାକୁ ଏକ କୁକୁର ସହିତ ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।
ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ମତଦାନ ହେବ ।
ଆରମ୍ଭ ହୋଇଛି ପୌର ନିର୍ବାଚନ ପ୍ରକ୍ରିୟା । ହେଲେ ବିଭିନ୍ନ ସହରାଞ୍ଚଳର ରାସ୍ତା କଡ଼ରେ ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ଆଖଣ୍ଡଳମଣି ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି ଏହି ଅବ୍ୟବସ୍ଥା । କେବଳ ଏତିକି ନୁହେଁ କେନ୍ଦ୍ରାପଡାରେ ମଧ୍ୟ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି ।
ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନଙ୍କ ଦ୍ୱାରା ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରାଯିବ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଛି।
୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ଲାଗି ମ୍ୟାଜିକ୍ ନମ୍ବର ୨୦୨ । ତେବେ ଏଥର ବିଜେପି ମ୍ୟାଜିକ୍ ସଂଖ୍ୟାଠୁୁ ଅଧିକ ଅର୍ଥାତ ୨୩୦ ଉପରେ ସିଟ୍ ଦଖଲ ନେଇ ସବୁ ଏକଜିଟ୍ ପୋଲ ସଂସ୍ଥା ପୂର୍ବାନୁମାନ କରିଥିବାରୁ ଏଠାରେ ପୁଣି ବିଜେପି ରାଜ୍ ଚାଲିବା ସମ୍ଭାବନା ଅଧିକ ।
ନିଜ ଜୀବନକୁ ଅନ୍ୟ ପାଇଁ ସମର୍ପଣ କରିବାରେ ଜଣେ ନାରୀଠୁ କିଏ ବା ବଳିଯାଇପାରିବ? ଯାହାଙ୍କ ସକାଳ ହୁଏ ସେବାରୁ, ଆଉ ସଞ୍ଜ ହୁଏ ସମର୍ପଣରୁ। ଏନେଇ କିଏ ଶାରୀରିକ ଭାବେ ଅସମ୍ପୂର୍ଣ୍ଣ ହୋଇଥାଇପାରନ୍ତି ତ ଆଉ କିଏ ସୁଖ, ସ୍ୱାଛନ୍ଦକୁ ଭୁଲିଯାଇଛନ୍ତି। ହେଲେ ସମାଜସେବାକୁ ଛାଡି ନାହାନ୍ତି।
ପ୍ରାଚୀନ କାଳରୁ ନାରୀମାନେ ଶାରିରୀକ ଓ ମାନସିକ ଭାବେ ପୁରୁଷଙ୍କ ସହ ସମାନ
ଆଜିର ମହିଳା ଆଗପରି ଆଉ ନାହାନ୍ତି।
ମହିଳା ଦିବସ ଅବସରରେ ବିଏସଏଫର ସୀମା ଭବାନୀ ଶୌର୍ୟ୍ୟର ନିଆରା ଅଭିଯାନ । ଦିଲ୍ଲୀରୁ କନ୍ୟାକୁମାରୀ ଯାଏ ବାଇକରେ ସଚେତନତା ସୃଷ୍ଟି କରିବ ସୀମା ଭବାନୀର ୩୬ ଜଣିଆ ଟିମ୍ ।
ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏକ୍ଜିଟ୍ ପୋଲ୍ ଫଳାଫଳ ଉପରେ ପାକିସ୍ତାନୀ ମିଡିଆର ନଜର ରହିଛି। ପାକିସ୍ତାନର ଅନେକ ଖବରକାଗଜରେ ଏକ୍ଜିଟ୍ ପୋଲ୍ ଫଳାଫଳ ରିପୋର୍ଟ ପ୍ରକାଶ ପାଇଛି।
୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ।
ରେଡ୍ ବେଳେ ଭୁବନେଶ୍ୱର ବାସଭବନରୁ ୧ ଲକ୍ଷ ୯୪ ହଜାର ନଗଦ ଟଙ୍କା ଜବତ ହୋଇଥିଲା । କଳାହାଣ୍ଡି ଓ ଖୋର୍ଦ୍ଧାରେ ୩ଟି କ୍ରସର ୟୁନିଟ ଥିବା ତଥ୍ୟ ଭିଜିଲାନ୍ସକୁ ମିଳିଥିଲା ।
ଗତଥର ମଧ୍ୟ ଦଳୀୟ କନ୍ଦଳ ଯୋଗୁଁ ଦୁଇ ଭାଗ ହୋଇଯାଇଥିଲା ବିଜେଡି।
ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।