/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646389568.jpg)
Blast In Pakistan
ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ବିସ୍ଫୋରଣ। ଏହି ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି। ପେଶୱାରର ଏମ ମସଜିଦରେ ନମାଜ ପାଠ ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଗୁରୁତର ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କ୍ୱିସା ଖାୱାନି ବଜାରରେ ଥିବା ଜାମିଆ ମସଜିଦରେ ଏପରି ବିସ୍ଫୋରଣ ଘଟିଛି। ଶୁକ୍ରବାର ପାଇଁ ମସଜିଦରେ ଶତାଧିକ ଲୋକ ଏକାଠି ହୋଇଥିଲେ। ଏହି ସମୟରେ କେହି ବିସ୍ଫୋରଣ କରିଛି। ମସଜିଦର ମୁଖ୍ୟ ପ୍ରାର୍ଥନା ସ୍ଥଳରେ ବିସ୍ଫୋରଣ ଘଟିଥିବାରୁ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।
قصہ خوانی بازار کے کوچہ رسالدار شیعہ جامع مسجد میں دو حملہ آور نے گھسنے کی کوشش کی
ڈیوٹی پر موجود پولیس اہلکاروں پر فائرنگ ہوئی ہے
فائرنگ سے ایک پولیس جوان شہید جبکہ دوسرا زخمی ہوا ہے جس کی حالت تشویشناک ہے
پولیس ٹیم پر حملہ کے بعد جامع مسجد میں دھماکہ ہوا ہے
1/2 pic.twitter.com/9gwfHSsPuG
— Capital City Police Peshawar (@PeshawarCCPO) March 4, 2022
ଅନ୍ୟପକ୍ଷରେ କ୍ୟାପିଟାଲ ସିଟି ପୁଲିସ ଅଫିସର କହିଛନ୍ତି, ପ୍ରଥମେ ଦୁଇ ଜଣ ଆକ୍ରମଣକାରୀ ମସଜିଦ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ପୁଲିସ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ପୁଲିସ୍ କର୍ମଚାରୀ ମଧ୍ୟ ପ୍ରାଣ ହରାଇଥିଲେ। ତେବେ ଆକ୍ରମକାରୀମାନେ ସେଠାରୁ ଖସି ଯାଇଥିଲେ। ଏହାର କିଛି ସମୟ ପରେ ହିଁ ମସଜିଦ ଭିତରେ ବିସ୍ଫୋରଣ ହୋଇଥିଲା ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)