Advertisment

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ୫୦ ହଜାର ଜରିମାନା

୨୦୧୮ରେ ରାଜନଗର ଥାନା ଅଞ୍ଚଳରେ ଘଟିଥିଲା ନାବାଳିକା ଦୁଷ୍କର୍ମ। ଦୋଷୀକୁ ୨୦ ବର୍ଷ ସଜା ସହ ୫୦ ହଜାର ଜରିମାନା କଲେ ସ୍ପେଶାଲ ପକ୍ସୋ କୋର୍ଟ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Jail

Jail

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ସଜା । ୨୦ ବର୍ଷ ଜେଲ ସହ ୫୦ ହଜାର ଜରିମାନା କଲେ ସ୍ପେଶାଲ ପକ୍ସୋ କୋର୍ଟ । ୨୦୧୮ରେ ରାଜନଗର ଥାନା ଅଞ୍ଚଳରେ ଘଟିଥିଲା ନାବାଳିକା ଦୁଷ୍କର୍ମ।

Advertisment

୨୦୧୮ ମସିହା ଜାନୁଆରୀ ୬ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ରାଜନଗର ଥାନା ଅଞ୍ଚଳର ଜଣେ ନାବାଳିକା ପୋଖରୀ କୂଳରୁ ଲୁଗା ତୋଳି ଘରକୁ ଫେରିଲେ। ଠିକ୍‌ ସେହି ସମୟରେ ନବୀନ ସେଠୀ ତା’ ମୁହଁକୁ ବନ୍ଦ କରି ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।ଏନେଇ ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏପରିକି ଅଭିଯୁକ୍ତ ନବୀନ ସେଠୀକୁ ଗିରଫ କରିଥିଲା।

କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋସ୍କୋ କୋର୍ଟରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସମସ୍ତ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ମାନ୍ୟବର ପୋସ୍କୋ କୋର୍ଟର ବିଚାରପତି, ଅଭିଯୁକ୍ତ ନବୀନକୁ ୩୭୬(୩) ଓ ୪ ପୋସ୍କୋ ଆକ୍ଟରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।

Advertisment
Rape Case 20 Year Jail
Advertisment
Advertisment