• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଚୂନ ଲଗାଇଲେ ଠକ

ଗୋଟିଏ ମାସରେ ରାଜଧାନୀରୁ ଏକ କୋଟିରୁ ଅଧିକ ଟଙ୍କା ଚୁନ ଲଗାଇଛନ୍ତି ସାଇବର ଲୁଟେରା । ସାଇବର କ୍ରାଇମ ହେଲପ ଡେସ୍କର ତଥ୍ୟ ଅନୁଯାୟୀ, ଗତ ଫେବ୍ରୁଆରୀ ମାସରେ ୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଲୁଟି ନେଇଛନ୍ତି ଅଦୃଶ୍ୟ ଲୁଟେରା । ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଝାରଖଣ୍ଡ ଅଞ୍ଚଳରୁ ବେଶି ଆସୁଛି ସାଇବର ଠକେଇ କଲ ହେଲେ ଟଙ୍କା ଫେରସ୍ତ ଏବଂ ବ୍ଲକ ହୋଇଛି ମାତ୍ର ୨୩ ଲକ୍ଷ ଟଙ୍କା ।

ଟଙ୍କା ବ୍ଲକ ହୋଇଛି ୧୨ ଲକ୍ଷ ୭୩ ହଜାର ୪୮୩ ଟଙ୍କା ଏବଂ ଫେରସ୍ତ ହୋଇଛି ୧୦ ଲକ୍ଷ ୫୨ ହଜାର ୮୦୨ ଟଙ୍କା । ତେବେ ଗତମାସରେ କ୍ର଼େଡିଟ, ଡେବିଟ କାର୍ଡ ସମ୍ବନ୍ଧୀୟ ସାଇବର ଠକେଇ ।

ସର୍ବାଧିକ ୯୭ଟି, ଯୁପିଆଇ ଫ୍ରଡ୍ ୯୪ଟି ଏବଂ ଅନ୍ୟ ଠକେଇ କଲ ୬୩ଟି ହୋଇଛି । ମୋଟ ୨ ହଜାର ୮୮୭ଟି ଠକେଇ କଲ ଭିତରୁ ଭୁବନେଶ୍ୱେରରୁ ୨୫୪ଟି ଅଭିଯୋଗ ଆସିଛି। ଭୁବନେଶ୍ୱର ବାହାରୁ ୩୪ଟି ସାଇବର ଠକେଇ କଲ ଆସିଛି । ଗତମାସ ୬୪ ଟି ନମ୍ବର ବ୍ଲକ କରାଯାଇଥିବା ବେଳେ ୬୦ଟି ମାମଲା ପଞ୍ଜିକୃତ ହୋଇଛି ।