ବାପା ଥିଲେ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ । ଝିଅ ଅଞ୍ଜଳି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଥିଲେ ମନ୍ତ୍ରୀ । ହେଲେ ଏବେ ଜିତି ପାରିଲେନି ପଞ୍ଚାୟତ ନିର୍ବାଚନ ।
ଆଜି ମହାଶିବରାତ୍ରୀ । କରୋନା କଟକଣା ଭିତରେ ପାଳନ ହେବ ମହାଶିବରାତ୍ରୀ । ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣଙ୍କ ଲାଗି ଦର୍ଶନ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛି । ତେବେ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ । ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନୃତାଙ୍ଗ ଡବଲ ମର୍ଡର ଘଟଣାରେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।
ଆସନ୍ତାକାଲି ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଆଜି ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଯେଉଁ କରୋନା କଟକଣା ରହିଛି, ସେହି ନିୟମ ଅନୁପାଳନ କରାଯିବ ।
ୟୁକ୍ରେନ୍-ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ୍ରେ ଫସିଛନ୍ତି ହଜାର ହଜାର ସଂଖ୍ୟକ ଭାରତୀୟ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଲୋକ ମଧ୍ୟ ଅଛନ୍ତି। ଯେଉଁମାନେ କି ସ୍ୱଦେଶ ଫେରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍-କ ଜୋନ୍ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ଟିକେଟ୍ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜୟୀ ହୋଇଛନ୍ତି।
ଗୋଟିଏପଟେ ଭୋଟ୍ ଗଣତି ଚାଲି ଥିବାବେଳେ ଅନ୍ୟପଟେ ହିଂସା ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ପୂର୍ବତନ ସରପଞ୍ଚଙ୍କ କାର୍କୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି।
ଆମ ରାଜ୍ୟ ଓଡିଶାରେ ପରିବ୍ୟାପ୍ତ ଶହ ଶହ ଏକର ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ପ୍ରାକୃତିକ ଭାବରେ ଦେଖାଯାଇଥାଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଆସିଛି । କିନ୍ତୁ ଦିନକୁ ଦିନ ଏହିସବୁ ଔଷଧୀୟ ବୃକ୍ଷ ଗୁଡିକ ନଷ୍ଟ ହୋଇଯାଉଥିବାରୁ ବର୍ତ୍ତମାନ ସ୍ଥିତିରେ ଔଷଧୀୟ ବୃକ୍ଷ ଓ ଏହାର ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥା ଓ ଅନ୍ୟ କେତେକ ଉଦ୍ୟୋଗୀର ଚାହିଦା ମେଣ୍ଟାଇବା ପାଇଁ ଏହାର କୃଷିକରଣ ଅନିବାର୍ଯ୍ୟ ହୋଇପଡିଛି ।
ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି। ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।
୬ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା, ମାଆ । ଗଞ୍ଜାମ ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ମାଝି । କାମରୁ ଟିକିଏ ଫୁରସତ୍ ମିଳିଲେ, କୋଡିକୋଦାଳ ଧରି ନିଜ ଚାଷ ଜମିକୁ ଚାଲି ଯାଆନ୍ତି । ତାଙ୍କର ଉଦ୍ୟମ ଯୋଗୁଁ ଏବେ ହସୁଛି ସବୁଜିମା । ଦିନେ ଚିନ୍ତା କଲେ ନିଜ ଗାଁ ପେଣ୍ଡରେନରେ ତାଙ୍କର ଅନେକ ଜମି ଅଛି । କିନ୍ତୁ ଚାଷବାସ ନ ହୋଇ ପଡିଆ ପଡୁଛି
ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।
ଆଜି ଖୋଲିଲା ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଙ୍କର କ୍ଲାସରୁମ୍ ପାଠପଢା ଆରମ୍ଭ ହୋଇଛି । ଏଥିପାଇଁ ସ୍କୁଲ ଗୁଡିକରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି ।
ଆଜି ପଞ୍ଚାୟତ ଭୋଟ୍ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ଏବେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଜି ଦ୍ୱିତୀୟ ଦିନ ଗଣତିରେ ବି ୬ରୁ ଅଧିକ ସ୍ଥାନରେ ହାତ ଚିହ୍ନରେ ଲଢିଥିବା ପ୍ରାର୍ଥୀ ଆଗୁଆ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତଦଳର ବହୁ ଟାଣୁଆ ଆଦିବାସୀ ନେତାଙ୍କୁ ବିଜେଡି ନିଜ କ୍ୟାମ୍ପକୁ ନେଇଥିଲେ ବି କାହିଁକି କଂଗ୍ରେସକୁ ଆସ୍ଥା କଲେ ଭୋଟର ତାକୁ ନେଇ ଚାଲିଛି ଚର୍ଚ୍ଚା ।
ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ତେବେ ଏଭଳି ଅପ୍ରତ୍ୟାଶିତ ବିଜୟ ପଛରେ କାରଣ କଣ? କେଉଁ କେଉଁ ଫ୍ୟାର ବିଜେଡିକୁ ସୁହାଲଲା?
ରମେଶର କ୍ରାଇମ୍ ପାର୍ଟନର ତା ଭଉଣୀଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ ।
ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ମାଲିଡିହି ତପନ ସାହୁ । ୨ ଏକର ଜମିରେ ମଧ୍ୟପ୍ରଦେଶରୁ ସଜନା, କାଜୁ, ଆମ୍ବ ଓ ଡାଲିମ୍ବ ଚାରା ଆଣି ଲଗାଇଛନ୍ତି । ଏବେ ୪ ବର୍ଷ ହେବ ସଜନା ଛୁଇଁ ବାହାରୁଥିବା ବେଲେ ବର୍ଷକୁ ଅନ୍ୟାନ୍ୟ ପରିବା ବିକ୍ରି କରି ପାଖାପାଖି ଅଢେଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
କେନ୍ଦୁଝର ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ଆଗ ଅପେକ୍ଷା ଚାଷପ୍ରତି ଲୋକଙ୍କର ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି । କରୋନା ମହାମାରୀ ଯୋଗୁଁ ଲୋକେ ବାହାରକୁ ନଯାଇ ନିଜ ଅଞ୍ଚଳରେ ଚାଷବାଷ କରି ପରିବାର ପ୍ରତିପୋଷଣ କରିବାକୁ ମନସ୍ଥିର କରୁଥିବା ଦେଖାଯାଉଛି
ସାରା ଓଡ଼ିଶାରେ ବିଜେଡି ସପକ୍ଷରେ ବିଜୟର ଏକ ପ୍ରକାର ସୁନାମି ଚାଲିଥିବା ଦେଖିବାକୁ ମିଳିଛି। ଗୋଟିଏପଟେ ବିରୋଧୀ ଦଳ ସଙ୍କୁଚିତ ହେଉଥିବା ବେଳେ ଅନ୍ୟପଟେ ଶାସକ ଦଳ ନିଜର ଗାଦି ମଜବୁତ୍ କରିବାରେ ଲାଗିଛି।
ଆପଣ ମଟନର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍ କୋର୍ମା’।
ଆସନ୍ତା କାଲିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିବ । ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି
ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନରେ ୩୦୬ ଜୋନ୍ରେ ଗଣତି ଚାଲିଛି। ପ୍ରଥମ ଦିନ ଗଣତିରେ ବିଜେଡି ଏକ ପ୍ରକାର ବାଜିମାତ୍ କରି ନେଇଥିବା ଜଣାପଡ଼ିଛି। ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି।