ନେତା ଓଡ଼ିଶାର କିନ୍ତୁ ମଇଦାନ ଝାଡ଼ଖଣ୍ଡ । ଓଡ଼ିଆ ଭୋଟରଙ୍କ ମନ ଜିଣିବାକୁ ଓଡ଼ିଶାର କଂଗ୍ରେସ ଓ ବିଜେପି ନେତା ଡେରା ପକାଇଛନ୍ତି ଝାଡଖଣ୍ଡରେ ।
ମୁମ୍ବାଇ ଇନଭେଷ୍ଟର୍ସ ମିଟ୍କୁ ନେଇ ବିଜେପିର ସମାଲୋଚନା । ଓଡିଶାବାସୀଙ୍କୁ ଭକୁଆ ବନାଉଛନ୍ତି ରାଜ୍ୟ ସରକାର ବୋଲି କହିଲେ ଜୟନାରାୟଣ ।
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣା। ବାରିପଦା ଟାଉନ ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ପୂର୍ବରୁ ସରକାରୀ ଅଧିକାରୀ ମାନେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସେମାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ।
ଦାୟିତ୍ୱ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଜଳଶକ୍ତି ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମନ୍ତ୍ରାଳୟରେ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ସମୟରେ ଜଳଶକ୍ତି ବିଭାଗର ଅନ୍ୟ କର୍ମଚାରୀ ଓ ସଦସ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦାୟିତ୍ୱ ଗ୍ରହଣ ପରେ ତାଙ୍କର ଗାଁରେ ଖୁସିର ଲହରୀ ଖେଳିଯାଇଛି ।