• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ନାରୀ ସର୍ବଂସହା । ଚଲାବାଟରେ ଆସୁଥିବା ସବୁ ଦୁଃଖ ବାଧା ବିଘ୍ନକୁ ସାହସର ସହ ସହିଯାଏ । ସେହିଭଳି ଜଣେ ନାରୀଙ୍କ ବିଷୟରେ ଆଜି ଆମେ ଆଲୋଚନା କରିବା । ପେଟରେ ୬ ମାସର ଶିଶୁ । କିନ୍ତୁ ଏମିତି ଅବସ୍ଥାରେ ବି ଯନ୍ତ୍ରଣାକୁ ସହି ନିଜ ପରିବାର ଚଳାଇବାକୁ ଜାରି ରଖିଛନ୍ତି ଅହରହ ସଂଘର୍ଷ ।

୧୯ ବର୍ଷୀୟା ମହିଳା ଲକ୍ଷ୍ମୀପ୍ରିୟା ଦାସ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ବୁଲି ପ୍ଲାଷ୍ଟିକ ବୋତଲ ଗୋଟାଇବା ତାଙ୍କର କାମ । କିନ୍ତୁ ଲକ୍ଷ୍ମୀଙ୍କ ପେଟରେ ଏବେ ୬ ମାସର ଶିଶୁ । ଗୋଟିଏ ପଟେ ଆସନ୍ନ ପ୍ରସବା, ଅନ୍ୟପଟେ ଘରେ ଥିବା ବର୍ଷକର ପୁଅ ଓ ବାପା ମାଆଙ୍କ ଦାୟିତ୍ୱ । ଏମିତି ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି ଟ୍ରଲି ଟାଣି ଗଳିକନ୍ଦି ବୁଲିବାକୁ । ମଦ୍ୟପ ସ୍ୱାମୀ ଘର କଥା ନବୁଝୁଥିବାରୁ, ପରିବାରର ବୋଝକୁ ନିଜ କାନ୍ଧରେ ବୋହି ଏଭଳି କାର୍ଯ୍ୟକୁ ଆପଣେଇ ନେଇଛନ୍ତି ଲକ୍ଷ୍ମୀ ।

ବାରିପଦା ସହରର ଓ୍ୱାର୍ଡ ନମ୍ବର ୧୩ ଅଞ୍ଚଳର ହାଟପଦା ଠାରେ ଥିବା ବସ୍ତିରେ ରୁହନ୍ତି ଲକ୍ଷ୍ମୀ । ସ୍ୱାମୀ ଛାଡି ଦେବା ପରେ ତିନି ପ୍ରାଣୀ କୁଟୁମ୍ବକୁ ପାଳିବା ପାଇଁ ଲକ୍ଷ୍ମୀ ଆପଣେଇଲେ ପ୍ଲାଷ୍ଟିକ ବୋତଲ ଗୋଟାଇବା ପରି କାର୍ଯ୍ୟକୁ । ଆଉ ପ୍ରତିଦିନ ୧୫୦ରୁ ୨୦୦ଟଙ୍କା ରୋଜଗାର ହେଲେ ତିନି ପ୍ରାଣୀ କୁଟୁମ୍ବକୁ ଆହାର ଗଣ୍ଡାକ ଜୁଟାଉଛନ୍ତି । ଖାଲି ଏତିକି ନୁହଁ, ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଲକ୍ଷ୍ମୀ ଯାହା ରୋଜଗାର କରନ୍ତି, ସେଥିରୁ ପ୍ରତିଦିନ ୨୦ରୁ ୩୦ଟଙ୍କା ନିଜ କୁମ୍ପିରେ ସଞ୍ଚୟ କରୁଛନ୍ତି । ଆଉ ସେହି ପଇସାକୁ ସେ ପ୍ରସବ ସମୟରେ ଖର୍ଚ୍ଚ କରିବେ ବୋଲି କହୁଛନ୍ତି ।