Advertisment

ବାହାରପଟୁ ତାଲା ମାରି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଜୀବନ ବିକଳରେ ଚିତ୍କାର କରୁଥାନ୍ତି ଲୋକେ; ତା’ପରେ...

ଜମିବାଡ଼ି ବିବାଦକୁ ନେଇ ବାହାରପଟୁ ତାଲା ମାରି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଅଗ୍ନିକାଣ୍ଡରେ ଘର ଜଳିପୋଡ଼ି ପାଉଁଶ ହୋଇଯାଇ ଥିବାବେଳେ ଆସବାବପତ୍ର, ଟଙ୍କା, ସୁନା ପୋଡ଼ି ପାଉଁଶ ହୋଇଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
House set on fire in bhadrak

House set on fire in bhadrak

ଜମିବାଡ଼ି ବିବାଦକୁ ନେଇ ବାହାରପଟୁ ତାଲା ମାରି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଗବସାହି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡରେ ଘର ଜଳିପୋଡ଼ି ପାଉଁଶ ହୋଇଯାଇ ଥିବାବେଳେ ଆସବାବପତ୍ର, ଟଙ୍କା, ସୁନା ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗି ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। 

Advertisment

ସୂଚନା ଅନୁସାରେ, ଗବସାହିର ସୁଦର୍ଶନ ଦାସ ଓ ପରିବାରର ୬ ଜଣ ସଦସ୍ୟ ଘର ଭିତରେ ଶୋଇଥିବା ବଳେ ବିଳମ୍ବିତ ରାତିରେ ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ସୁଦର୍ଶନ ଓ ପରିବାର ଲୋକେ ଜୀବନ ବିକଳରେ ବାହାରକୁ ଦୌଡ଼ି ଆସିଥିଲେ। 

ଘର କବାଟ ବାହାର ପଟରୁ ତାଲା ଦିଆଯାଇଥିବାରୁ ସମସ୍ତ ପରିବାର ସଦସ୍ୟ ଘର ବାରିପଟରୁ ବାହାରି ନିଜ ଜୀବନ ବଞ୍ଚାଇଥିଲେ। ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ସୁଦର୍ଶନଙ୍କ ପରିବାର ଅଭିଯୋଗ କରିଛନ୍ତି। ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି।

Advertisment
Fire Mishap
Advertisment
Advertisment