/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649859997.jpg)
Police DG Abhay
ପୂର୍ବତନ ପୋଲିସ ଡିଜି ଶ୍ରୀ ଅଭୟ ହେଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ନୂଆ ଅଧ୍ୟକ୍ଷ । ଅଭୟଙ୍କୁ ଏହି ପଦବୀରେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି OSSC ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ନିଯୁକ୍ତିରେ ସମୟାନୁବର୍ତ୍ତିତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବେ ବୋଲି ଟ୍ୱିଟ୍ ଯୋଗ ନିଜ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ଅଭୟ ।
Advertisment
OSSC ଅଧ୍ୟକ୍ଷ ପଦବୀରେ ସେ ଆଗାମୀ ୫ ବର୍ଷ ଯାଏଁ କିମ୍ବା ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ୧୯୮୬ ବ୍ୟାଚ୍ର ଆଇପିଏସ ଅଫିସର ଅଭୟ ୨୦୧୯ ନଭେମ୍ବରରେ ଓଡ଼ିଶା ପୋଲିସର ମୁଖ୍ୟ ନିଯୁକ୍ତ ହୋଇଥିଲେ ।
ଡିଜିପି ଭାବେ ଦୁଇ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ପରେ ଗତ ଡିସେମ୍ବର ୩୧ ତାରିଖରେ ସେ ଅବସର ଗ୍ରହଣ କରିଥିଲେ । ଏହା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୧ରୁ ଶେଷ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଅଧିକ ୬ ମାସ ଲାଗି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)