• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ବି ସୁଧୁରିନି ତପସ୍ୱିନୀ-ସୁମିତଙ୍କ ସମ୍ପର୍କ । ଳାଗିରହିଛି ତିକ୍ତତା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇପାରିନି ବୁଝାମଣା । ମିଶିପାରିନି ମନ । ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ପୁଣି ଥରେ କାଉନସେଲିଂ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁଣି ଥରେ ସେମାନଙ୍କୁ ବୁଝା ସୁଝା କରିବାକୁ କହିଲେ କୋର୍ଟ । ଆସନ୍ତା ମେ ୯ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି । 

ଗତ ୯ ତାରିଖରେ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ ତପସ୍ୱିନୀ-ସୁମିତ । ସେହିଦିନ ହିଁ ମଧ୍ୟସ୍ଥତା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ପୂର୍ବରୁ ସୁମିତ ନେଇଥିବା ଭଡ଼ାଘରର ଏକ ଭିଡିଓ ପ୍ରସ୍ତୁତ କରିବାକୁ ମଧ୍ୟ ଉଭୟଙ୍କୁ କୁହାଯାଇଥିଲା । ସେହି ଘରଟି ରହିବା ଯୋଗ୍ୟ କି ନୁହେଁ, ତାହା କୋର୍ଟକୁ ଜଣାଇବେ ଉଭୟ ପତି-ପତ୍ନୀ ବୋଲି କୁହାଯାଇଥିଲା । ସେହପରି ସୁମିତ ସରକାରୀ କ୍ୱାଟର ପାଇଛନ୍ତି କି ନାହିଁ, ତାହା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଉଭୟଙ୍କ ମଧ୍ୟରେ ଯେଉଁ ସମସ୍ୟା ରହିଛି, ମଧ୍ୟସ୍ଥତା କେନ୍ଦ୍ରରେ ତାହା ସମଧାନ କରିବାକୁ ଚେଷ୍ଟା କରାଯିବ କହିଥିଲେ କୋର୍ଟ । ପ୍ରଥମେ ତପସ୍ୱିନୀ ତାଙ୍କ ଓକିଲଙ୍କ ସହ ଆସି ପହଞ୍ଚିଥିଲେ । ପରେ ସୁମିତ ତାଙ୍କ ଓକିଲଙ୍କ ସହ ଆସିଥିଲେ । ଅଧିକ ସମୟ ଧରି ମିଡିଏସନ୍ ଅଧିକାରୀ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା କରିଥିଲେ ।

ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ସୁମିତ ମାସିକ ୧୭ହଜାର ଟଙ୍କା ଦେବେ ବୋଲି ତଳ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ଏହାକୁ ଚାଲେଞ୍ଜ କରି ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ କୋର୍ଟ ୧୭ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।