• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ହାଜର ହେଲେନି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଜନଜାତି କମିଶନଙ୍କ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଲା । ହେଲେ ଜିଲ୍ଲାପାଳ ଏହାକୁ ବେଖାତିର କରିଥିବା ଦେଖାଯାଇଛି ।

ବାରମ୍ବାର ନୋଟିସ ସତ୍ତ୍ୱେ ଜିଲ୍ଲାପାଳ ହାଜର ନହେବା ପରେ କମିଶନ ୱାରେଣ୍ଟ ଜାରି କରିଥିଲେ । ଏହାସହ ଡିଜିପି ସୁନୀଲ ବଂଶଲଙ୍କୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ହେଲେ ଡିଜିପି ବଂଶଲ ମଧ୍ୟ ଜିଲ୍ଲାପାଳଙ୍କ ଜନଜାତି କମିଶନଙ୍କ ନିକଟରେ ହାଜର କରାଇପାରି ନାହାନ୍ତି ।

କେନ୍ଦୁଝରରେ ଆଇନଶୃଙ୍ଖଳା ପରିସ୍ଥିତି ଦର୍ଶାଇ ହାଜର ହୋଇନଥିବା ସୂଚନା । ଏନେଇ କମିଶନଙ୍କୁ ଚିଠି ଲେଖି ଡିଜିପି ସମୟ ମାଗିଥିବା ଜଣାପଡ଼ିଛି । ଜନଜାତି ଉତ୍ପୀଡ଼ନ ସଂପର୍କୀତ ବିଭିନ୍ନ ମାମଲାରେ ହାଜର ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ କମିଶନ । 

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ଆଦିବାସୀ ମାନେ ବିଭିନ୍ନ ସମସ୍ୟା ନେଇ ଆୟୋଗର କ୍ଷେତ୍ରୀୟ ଓ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ସେମାନଙ୍କ ଆବେଦନର ଶୁଣାଣି ପାଇଁ ଗତ ୧ବର୍ଷ ଧରି କେନ୍ଦୁଝର ଜିଲ୍ଲାପାଳଙ୍କୁ ଆୟୋଗ ନିକଟରେ ଉପସ୍ଥିତ ରହି ଶୁଣାଣିରେ ଭାଗ ନେବାକୁ ନୋଟିସ ଏବଂ ସମନ କରାଯାଇଥିଲା ।