Advertisment

Trump-Musk AI Video: ଏଲନ ମସ୍କଙ୍କ ପାଦ ଚାଟୁଥିଲେ ଟ୍ରମ୍ପ, ଟିଭିରେ ଚାଲିଲା ଭିଡିଓ, ଜାଣନ୍ତୁ କ'ଣ ଘଟଣା...

ଅରବପତି ଏଲନ ମସ୍କଙ୍କ ପାଦ ଚାଟୁଥିବାର ନଜର ଆସିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ସରକାରୀ କାର୍ଯ୍ୟାଳୟ ଟିଭି ସ୍କ୍ରିନରେ ଚାଲିଲା ଭିଡିଓ । ଜାଣନ୍ତୁ ପୁରା ଘଟଣା କ'ଣ

author-image
Namita Biswal
ଅଦ୍ୟତନ ହୋଇଛି
Trump-Elon Musk AI video

Trump-Elon Musk AI video

ଆମେରିକାର ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ (HUD) ମୁଖ୍ୟାଳୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଏକ ଘଟଣା ଦେଖିବାକୁ ମିଳିଛି । ମୁଖ୍ୟାଳୟରେ ଲାଗିଥିବା ଟିଭି ସ୍କ୍ରିନରେ ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ ଅରବପତି ଏଲନ ମସ୍କଙ୍କ ପାଦ ଚାଟୁଥିବାର ଭିଡିଓ ଦେଖିବାକୁ ମିଳିଛି । ଏହି ଭିଡିଓର ଶୀର୍ଷକ ରହିଛି, ''Long live the real king'' ଅର୍ଥାତ୍ ପ୍ରକୃତ ରାଜା ଦୀର୍ଘାୟୁ ହୁଅନ୍ତୁ । ତେବେ ଭିଡିଓଟି AI (କୃତ୍ରିମ ବୁଦ୍ଧମତା) ଦ୍ୱାରା ପ୍ରସ୍ତୁତ ହୋଇଥିବା ଜଣାପଡିଛି ।

Advertisment


ଅଧିକ ପଢ଼ନ୍ତୁ: ଗୀତା ଛୁଇଁ ଶପଥ ନେଇଥିବା କାଶ୍ ପଟେଲ କିଏ ? କେମିତି ହେଲେ FBI ନିର୍ଦ୍ଦେଶକ

Advertisment

ମିଡିଆ ରିପୋର୍ଟ ଅନୁସାରେ, ସୋମବାର ସକାଳେ HUD କର୍ମଚାରୀ ଯେତେବେଳେ ଅଫିସରେ ପହଞ୍ଚିଥିଲେ, ସେହି ସମୟରେ ଅଫିସ ଟିଭି ସ୍କ୍ରିନରେ ଟ୍ରମ୍ପ ଓ ମସ୍କଙ୍କ ଏହି AI ପ୍ରସ୍ତୁତ ଭିଡିଓ ଚାଲିଥିଲା । ଏହି ଦୃଶ୍ୟ ଉପସ୍ଥିତ କର୍ମଚାରୀଙ୍କୁ ଅତି ଆଚମ୍ବିତ କରିଥିଲା ଏବଂ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ଭିଡିଓଟି ଟ୍ରମ୍ପଙ୍କ ଟ୍ରୁଥ୍ ସୋସିଆଲ ପୋଷ୍ଟ ଆଡକୁ ଇଙ୍ଗିତ କରିଥିଲା, ଯାହାକୁ ଟ୍ରମ୍ପ ଗତ ସପ୍ତାହରେ ପୋଷ୍ଟ କରିଥିଲେ ଏବଂ ଏଥିରେ ଲେଖିଥିଲେ ''Long live the King !'' 

ଟ୍ରମ୍ପଙ୍କ ଏହି ପାଦ ଚାଟିବାର ଭିଡିଓ ଲଗାତାର ଟିଭି ସ୍କ୍ରିନରେ ଚାଲିଥିବାବେଳେ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ଯେଉଁଥିରେ ୟୁଜରମାନେ ମଜାଳିଆ ତଥା ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏହି ଘଟଣା ପଛରେ ହ୍ୟାକର ନା ଆଉ କାହାର ହାତ ରହିଛି, ତାହା ଜଣାପଡିନି । ଘଟଣା ପରେ ଏଚ୍‌ୟୁଡି କାର୍ଯ୍ୟାଳୟର ସବୁ ମନିଟରକୁ ବନ୍ଦ କରିଦିଆଯାଇଥିଲା । କର୍ମଚାରୀମାନେ ନିଜ ନିଜ କାମକୁ ଫେରିଯାଇଥିଲେ ।

HUD ମୁଖପାତ୍ର କେସି ଲୋଭେଟ୍ ଏହି ଘଟଣାକୁ ଟିକସଦାତାଙ୍କ ପଇସା ଓ ସମ୍ବଳର ବର୍ବାଦି ବୋଲି କହି ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ହେବା ପଛରେ ଏଲନ ମସ୍କଙ୍କ ବଡ଼ ହାତ ଥିବା ଚର୍ଚ୍ଚା ହୋଇଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରମ୍ପଙ୍କ ପାଇଁ ଖୋଲାଖୋଲି ପ୍ରଚାର କରିଥିଲେ ମସ୍କ । କେବଳ ସାମାଜିକ ଗଣମାଧ୍ୟମ ନୁହେଁ, ବିଭିନ୍ନ ମାଧ୍ୟମ ଜରିଆରେ ଟ୍ରମ୍ପଙ୍କ ବିଗିଡ଼ି ଥିବା ଭାବମୂର୍ତ୍ତି ସୁଧାରି ଥିଲେ ।  ଏହା ହିଁ କାରଣ ଥିଲା, ଟ୍ରମ୍ପ ଜିତିବା ପରେ ନିଜ ସରକାରରେ ମସ୍କଙ୍କୁ ବଡ଼ ପଦବୀ ଦେଇଥିଲେ । ଏଲନ୍ ମସ୍କ, ବିବେକ ରାମସ୍ୱାମୀଙ୍କ ସହ 'ସରକାରୀ ଦକ୍ଷତା ବିଭାଗ'ର ନେତୃତ୍ୱ ନେଇଥିଲେ । ଟ୍ରମ୍ପ ଓ ମସ୍କଙ୍କ ନିବିଡ଼ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ସ ଦେଖିବାକୁ ମିଳେ । 

ଅଧିକ ପଢ଼ନ୍ତୁ: ଯୁଦ୍ଧ ନିଆଁରେ ମାଲାମାଲ ହେଉଛି ଆମେରିକା, ଏତେ ଟଙ୍କାର ବେପାର କରୁଛି ଯେମିତି ଦେଶ କିଣି ଦେବ

Elon Musk Viral Video US President Donald Trump
Advertisment
Advertisment