• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏକାସଙ୍ଗେ ଦୁଇଟି ଡିଗ୍ରୀ କୋର୍ସ କରିପାରିବେ ଛାତ୍ରଛାତ୍ରୀ । ଏନେଇ UGC ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଗାଇଡଲାଇନ୍‌ । ଉଭୟ କୋର୍ସ ଫିଜିକାଲ ମୋଡ୍‌ରେ କରିପାରିବେ ଛାତ୍ରଛାତ୍ରୀ । ଉଭୟ କୋର୍ସ ପଢ଼ା ସମୟରେ ଯେଭଳି ବାଧା ଉପୁଜୁନଥିବ, ସେ ଦିଗରେ ଦୃଷ୍ଟିଦେବେ । ନଚେତ୍ ଗୋଟିଏ କୋର୍ସ ଫିଜିକାଲ୍ ମୋଡ୍‌ରେ, ଅନ୍ୟଟି ଅନଲାଇନ୍‌ରେ କରିପାରିବେ ।

ଏପରି ନିଷ୍ପତ୍ତି ପରେ ପିଲାମାନେ ସଂପୂର୍ଣ୍ଣ ଫିଜିକାଲ ମୋଡ କିମ୍ବା ଫିଜିକାଲ ଓ ଅନଲାଇନ ମୋଡ୍‌ କିମ୍ବା ସଂପୂର୍ଣ୍ଣ ଅନଲାଇନ ମୋଡରେ ଉଭୟ କୋର୍ସ କରିପାରିବେ। ଦୁଇଟି ୟୁଜି/ପିଜି ଡିଗ୍ରୀ ଓ ଡିପ୍ଲୋମା କୋର୍ସ କରିବାକୁ ପିଲାମାନଙ୍କୁ ସୁଯୋଗ ମିଳିବ।

ଭାରତର ବଡ଼ବଡ଼ ବିଶ୍ୱ ବିଦ୍ୟାଳୟଗୁଡ଼ିକ ନିଜ ଇଚ୍ଛା ଅନୁସାରେ ଅନଲାଇନରେ କେଉଁ ସବୁ ଡିଗ୍ରୀ କୋର୍ସ ରହିବ, ତା’ର ନିଷ୍ପତ୍ତି ନେବେ। ଏ ସମ୍ପର୍କିତ ନୂଆ ଗାଇଡଲାଇନ ଦୁଇ ସପ୍ତାହ ମଧ୍ୟରେ ଜାରି କରାଯିବ ବୋଲି ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏକାସଙ୍ଗେ ୨ଟି ଡିଗ୍ରୀ କୋର୍ସ ନିୟମ ୨୦୨୨-୨୩ ଶିକ୍ଷାବର୍ଷରୁ ହିଁ ଲାଗୁ କରିବାକୁ ୟୁଜିସି ଯୋଜନା କରିଛି ।

ଶିକ୍ଷାର୍ଥୀମାନେ ଗୋଟିଏ ବିଶ୍ୱବିଦ୍ୟାଳୟରେ କିମ୍ବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗୋଟିଏ ସମୟରେ ୨ଟି ପୂର୍ଣ୍ଣକାଳୀନ ଡିଗ୍ରୀ କୋର୍ସ କରିବାକୁ ଅନୁମତି ପାଇବେ। ଏ ସମ୍ପର୍କରେ ୟୁଜିସି ପକ୍ଷରୁ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ।

ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ବେଳେ ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି, “ନୂଆ ଜାତୀୟ ଶିକ୍ଷା ନୀତିରେ ଯେଉଁ ସବୁ କଥା ଘୋଷଣା କରାଯାଇଛି ଓ ଶିକ୍ଷାର୍ଥୀମାନଙ୍କୁ ଏକାଧିକ ଦକ୍ଷତା ହାସଲ କରିବାକୁ ଅନୁମତି ଦେବା ପାଇଁ ୟୁଜିସି ନୂତନ ନିର୍ଦ୍ଦେଶାବଳୀ ଜାରି କରିବ।