/odishatv-khabar/media/post_attachments/uploadimage/library/16_9/16_9_0/Cocaine_1649870461.jpg)
Cocaine
ନିଶା ଆଡ୍ଡା ପାଲଟାଣି ରାଜଧାନୀ ଭୁବନେଶ୍ୱର । ଗଞ୍ଜେଇ- ଡ୍ରଗ୍ସ- ବ୍ରାଉନ୍ସୁଗର ପରେ ଏବେ ଭୁବନେଶ୍ୱରରେ କୋକେନ୍ ଆଡ୍ଡା । ଜାଭିୟର ଛକ ନିକଟରୁ ଏକାଥରେ ଧରାପଡ଼ିଲା ୨୦୨ ଗ୍ରାମର କୋକେନ୍ । ପ୍ରଥମଥର ପାଇଁ ଭୁବନେଶ୍ୱରରୁ ଧରାହେଲା କୋକେନ । ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ କୋକେନ ବିକ୍ରି ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।
ସେମାନେ ହେଲେ ରାଜସ୍ଥାନର ବିଙ୍ଗଲୋର ସିଂହ ଓରଫ ରବି ଏବଂ ସନି କୁମାର । ସେମାନଙ୍କଠାରୁ ୨୦୨ ଗ୍ରାମ୍ର କୋକେନ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ଦିଲ୍ଲୀର କୋକେନ ମାଫିଆଠାରୁ କୋକେନ କିଣୁଥିଲା ରବି । ରାଜସ୍ଥାନରେ ତାର ଗୋଟିଏ ହୋଟେଲ ଏବଂ ଦିଲ୍ଲୀରେ ଏକ ଟ୍ରାଭେଲ ବିଜନେସ୍ ବି ରହିଛି । ଦିଲ୍ଲୀରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ସମୟରୁ ସେ କୋକେନ୍ ବିଜନେସ୍ କରି ଆସୁଛି । ଦିଲ୍ଲୀ ପରେ ବଡ଼ ବଡ଼ ସହରରେ କୋକେନ୍ ବିକ୍ରି କରିବାକୁ ଯୋଜନା କରିଥିଲା ରବି । କିଛି ବିଦେଶୀଙ୍କ ସହ ତାର ଲିଙ୍କ୍ ରହିଥିବା ମଧ୍ୟ ଜଣାପଡିଛି ।
ସେହିପରି ସନି କୁମାର ରାଜସ୍ତାନର ବାସିନ୍ଦା ଏବଂ ସେ ଭୁବନେଶ୍ୱର ସାଲିଆ ସାହିରେ ରହିଆସୁଥିଲା । ରାଜଧାନୀରେ ବଡ଼ ବଡ଼ ଷ୍ଟାର ହୋଟେଲ ସହ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କୁ କୋକେନ୍ ବିକ୍ରି କରିବାକୁ ଟାର୍ଗେଟ୍ ରଖିଥିଲେ ନିଶା ମାଫିଆ । ତେବେ ଏହି କୋକେନ୍ ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଥିଲା ନା ପୂର୍ବରୁ ମଧ୍ୟ ଏମିତି କୋକେନ୍ ଆସି ବିକ୍ରି ହୋଇଛି । ସେନେଇ ଏବେ ମନରେ ସନ୍ଦେହ ବଢ଼ୁଛି । ସୂଚନାଯୋଗ୍ୟ କଲମ୍ବିଆ, ପେରୁ, ବଲିଭିଆ ଆଦି ଦେଶରୁ ଭାରତକୁ ଆସିଥାଏ କୋକେନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)