• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗଟ୍‌ କଲା ବିଜେପି । ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସରକାର ତଞ୍ଚକତା କରିଥିବା ଅଭିଯୋଗ କରିଛି ବିଜେପି । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସରକାର ବିଭିନ୍ନ ଯୋଜନାରେ ଯେଉଁ ହିତାଧିକାରୀଙ୍କ ତାଲିକା ଦେଉଛନ୍ତି ସେଥିରେ ବାସ୍ତବତା ସହ କୌଣସି ତାଳମେଳ ରହୁନି । ଏମିତିକ ଖୋଦ ସରକାରୀ ତାଲିକାରେ ବି ତାଳମେଳ ରହୁନି । ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସୁରଥ ବିଶ୍ୱାଳ ।

ସେ ଆହୁରି ଅଭିଯୋଗ କରିଛନ୍ତି, ପଞ୍ଚାୟତ ଏବଂ ପୌର ର୍ନିବାଚନ ପୂର୍ବରୁ ରାଜ୍ୟ ସରକାର ଭୋଟ ପାଇଁ ରାସନ କାର୍ଡ ବାଣ୍ଟିଥିଲେ । ଏହି ସମୟରେ ବହୁ ଜାଲ ରାସନ କାର୍ଡ ବଣ୍ଟାଯାଇଛି । ଖାଦ୍ୟ ଶସ୍ୟ ବଣ୍ଟନ ବେଳେ ହିତାଧିକାରୀ ତାଲିକାରେ ତାଳମେଳ ନାହିଁ । ୫ ଲକ୍ଷରୁ ଅଧିକ ଲୋକ ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାକୁ ବ୍ୟାପକ ସହାୟତା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସହାୟତା ମିଳିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୬ ମାସ ବୃଦ୍ଧି କରାଯାଇଛି । ଏହା ପରେ ରାଜ୍ୟ ସରକାର ମଧ୍ୟ ଚାଉଳ ଦେବେ ବୋଲି ଘୋଷଣା କରିଥିଲେ । ଏନେଇ ସୁରଥ ବିଶ୍ୱାଳ ପଚାରିଛନ୍ତି ଯେ, ଏବେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ହିତାଧିକାରୀଙ୍କୁ ୧୦ କେଜି ଚାଉଳ ମିଳିବ ନା ୫ କେଜି । କାରଣ କେନ୍ଦ୍ର ସରକାର ବି ଦେଉଛନ୍ତି ଚାଉଳ । ଆଉ ରାଜ୍ୟ ସରକାର ବି ଦେବେ ବୋଲି ଘୋଷଣା କରିଛନ୍ତି । ଏହାସହ ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା କେତେ ବୋଲି ପ୍ରଶ୍ନ କରିଛି ବିଜେପି ।