• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି । ଆଜି ମହା ବିଷୁବ ସଂକ୍ରାନ୍ତି । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି । ଆଜି ମଧ୍ୟ ଓଡ଼ିଆ ନବବର୍ଷ । ପଣା ସଂକ୍ରାନ୍ତି ନେଇ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ କରାଯାଇଛି । ଓଡ଼ିଆ ଘରେ ପଣା ଭୋଗ ପରଂପରା ରହିଛି ।

ଏହାସହ ଆଜି ମେରୁଯାତ୍ରା । ୧୩ ଦିନ ଧରି ଜାରି ରହିଥିବା ଦଣ୍ଡଯାତ୍ରାର ଆଜି ସମାପନ ଦିବସ । ଗଂଜାମର କିଛି ସ୍ଥାନରେ ଗତକାଲି ମେରୁ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଅଧିକାଂଶ ସ୍ଥାନରେ ମେରୁ ଯାତ୍ରା ହେବ ।

କଟକ ଜିଲ୍ଲା ଆଠଗଡ ବେଂଟପଦାର ମାଆ କାଳୀକାମନା ପୀଠରେ ମେରୁଯାତ୍ରାରେ ଧୂଳିଦଣ୍ଡ ସହ ଝାମୁଯାତ୍ରା ଅନୁଷ୍ଠିତ ହେବ । ରାଜ ରାଜୁଡା ଅମଳରୁ ଏହି ଯାତ୍ରା ହୋଇଆସୁଛି ୧୩ ଦିନ ଧରି ଦଣ୍ଡୁଆ ମାନେ ମାଆଙ୍କ ମନ୍ଦିର ଆଗରେ ଧୂଳି ଦଣ୍ଡ କରିବା ସହ ଝାମୁଆ ମାନେ ନିଆଁ ଉପରେ ଚାଲିଥିଲେ ।

ଏପଟେ ଗଂଜମ ପୋଲସରାରେ ମାଆ ସିଂହବାହିନୀଙ୍କ ଚୈତ୍ର ଯାତ୍ରା ସମାପନ ହୋଇଛି । ମାଆ ଜଗଜ୍ଜନନୀଙ୍କ ଚଇତି ପର୍ବରେ ଶ୍ରଦ୍ଧାଳୁମାନେ ସାମିଲ ହୋଇ ପୂଜାର୍ଚ୍ଚନା କରିଛନ୍ତି ।

ଅନ୍ୟପକ୍ଷେ ଆଜି ହନୁମାନ ଜୟନ୍ତୀ । ସଙ୍କଟମୋଚନ ହନୁମାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଭିଡ଼ ଲାଗିଲାଣି । ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ପାଇଁ ବ୍ୟାପକ ଆୟୋଜନ ହୋଇଛି । ବିଶେଷ କରି ଶାନ୍ତି ଶୃଙ୍ଖଳାର ସହ ଶୋଭାଯାତ୍ରା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ଶୋଭାଯାତ୍ରା ସମୟରେ କୌଣସି ଅପ୍ରିତୀକର ପରିସ୍ଥିତି ଏଡାଇବାକୁ ସହରରେ ୩୦ ପ୍ଲାଟୁନ ଫୋର୍ସ, ୧୫୦ ଜଣ ସବ ଇନ୍ସପେକ୍ଟର ଓ ଏଏସଆଇ, ୩୨ ଜଣ ଇନ୍ସପେକ୍ଟର, ୧୧ଜଣ ଡିଏସପି ଏବଂ ୨ ଜଣ ଅତିରିକ୍ତ ଏସପିଙ୍କୁ ନିୟୋଜିତ କରାଯାଇଛି । ଏପରିକି ଗତକାଲି ଫୋର୍ସ ଧନକଉଡାରୁ ଭୂତାପଡା, ଜିଲ୍ଲା ସ୍କୁଲ ଛକ ଓ ଲକ୍ଷ୍ମୀ ଟକିଜ୍ ଦେଇ ପୀରବାବା ଛକ ଯାଏଁ ଫ୍ଲାଗମାର୍ଚ କରିଛି ।