ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ବେଳେ ବସିବ ଏହି ବୈଠକ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦାରିଦ୍ର୍ୟ ଦେଉଛି ବାଧା। ମାଟ୍ରିକ୍ରେ ଫାଷ୍ଟ କ୍ଲାସ୍ ପାଇବା ପରେ ବି କଲେଜ୍ ଯାଇପାରୁନି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି, କାନ୍ଦୁଛି ଲକ୍ଷ୍ମୀ। ପର ଘରେ ମାଆ ମୂଲ ଲାଗିଲେ ଘରେ ଚୁଲି ଜଳିବ, ସେଠି ଝିଅର ପାଠପଢା ଚିନ୍ତା କରିବ ବା କେମିତି? ଆପଣମାନେ ସାହାଯ୍ୟ କଲେ କଲେଜ୍ ଯାଇପାରନ୍ତା ଲକ୍ଷ୍ମୀପ୍ରିୟା..
ସରକାର ମେଡ଼ିକାଲ ତିଆରି କରିଦେଲେ, ନିଶା ବେପାରୀ ୟାକୁ ଲିଜ୍ରେ ନେବା ପରି ନିଜ ବେପାର ଆରମ୍ଭ କରିଦେଲେ। ଦିନରାତି ୨୪ ଘଣ୍ଟା ଏଠାରେ ପିଉଛନ୍ତି..ବୋତଲ ଫୋପାଡ଼ୁଛନ୍ତି, ନିଶା ବେପାର କରୁଛନ୍ତି। ଚିକିତ୍ସା ପାଉନାହାନ୍ତି ଲୋକେ
ଯେଉଁ ଭଗବାନ ଉପହାର ଦେଇଥିଲେ, ସେଇ ଠକିଦେଲେ । ବୃତ୍ତିରେ ଡାକ୍ତର ହୋଇ ବି ନିଜ ୧୫ ବର୍ଷର ଅଲିଅଳି ଝିଅକୁ ବ୍ରେନ୍ ଟ୍ୟୁମରରୁ ବଞ୍ଚାଇ ନପାରିବା ଦୁଃଖରେ ଫାଟି ଯାଉଛି ଛାତି, ଭାଙ୍ଗି ଯାଉଛି ମନ । ହେଲେ ତାରି ପାଇଁ ଆଉ ଦୁଇ ଅଜଣା-ଅପରିଚିତଙ୍କ ଜୀବନ ରକ୍ଷା ଖୁସିରେ ସେ ଆତ୍ମହରା ହୋଇପଡ଼ିଛନ୍ତି ।
ଦରଦାମ ବୃଦ୍ଧି ଲାଗି ଏଭଳି ନିମ୍ନମାନର ଖାଦ୍ୟ ପାଉଛନ୍ତି ସ୍କୁଲ୍ ପିଲା । ବର୍ତ୍ତମାନ ତେଲ ଠାରୁ ଆରମ୍ଭ କରି ପନିପରିବା, ଡାଲିଜାତୀୟ ଶସ୍ୟ, ଗ୍ୟାସ୍ ସିଲିଣ୍ଡର, ଲେବର ଚାର୍ଜ ଆକାଶ ଛୁଆଁ ।
ମେ’ ୧୨ ତାରିଖ । ବୈଦିକ ରୀତିନୀତି ଅନୁଯାୟୀ, ସଂପନ୍ନ ହୋଇଥିଲା ଉଭୟଙ୍କ ବିବାହ । ଅଗ୍ନିକୁ ସାକ୍ଷୀ ରଖି ପିପିଲି ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ବଳରାମ ।
ଆଶ୍ଚର୍ଯ୍ୟ !! ମରିବାର ୧୪ ବର୍ଷ ପରେ ସରକାରୀ ଅଫିସ୍ ଆସି ନେଇ ଗଲେ ସହାୟତା। ପରିବାର ଜାଣିବା ପରେ ପାଦ ତଳୁ ଖସିଗଲା ମାଟି। ଭାଇ କହିଲେ, ଭାଇ ତ ନାହିଁ..ସେ ଟଙ୍କା ଆଉ କିଏ ନେଇଯାଇଛି। ଆମ ପରିବାର ନାଁରେ ମିଛରେ କାଗଜପତ୍ର ହୋଇଛି।
ବିଜେଡିର ସର୍ବାଧିକ ୯୦ ଜଣ ଥିବାବେଳେ ବାଲେଶ୍ୱର ଜିଲ୍ଲାର ରେବତି ନାୟକଙ୍କ ସର୍ବାଧିକ ୧୮ କୋଟି ଟଙ୍କାର ସଂପତ୍ତି ରହିଛି ।
ଭଉଣୀ ବାହାଘର ସାରି ଚାକିରିକୁ ଫେରିଥିଲେ। ହେଲେ ପୁଣି ଘରକୁ ଶବ ହୋଇ ଫେରିଲେ। ମାଆକୁ କଥା ଦେଇଥିଲେ, ଭଉଣୀ ବାହାଘର ସରିଲା, ଏଥର ଆସିଲେ ନୂଆ ଘର କରିବି। ସବୁ ସ୍ୱପ୍ନ ଚୁରମାର୍ ହୋଇଗଲା। ସ୍ୱାମୀକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛି ୮ ମାସର ଗର୍ଭବତୀ ସ୍ତ୍ରୀ..ବାପାର ଶବକୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛି କୁନି ଝିଅ..ଭେଣ୍ଡିଆ ପୁଅକୁ ହରାଇ ପାଗଳ ପ୍ରାୟ ବାପା
ମାତିଛନ୍ତି ମାଫିଆ। କଳାପଥର, ବାଲି ଓ ମାଟି ସବୁକୁ ଲୁଟ୍ କରି ମାଲେ ମାଲ ହେଉଛନ୍ତି..କୋଟି କୋଟି ଟଙ୍କା ନିଜେ ରୋଜଗାର କରୁଛନ୍ତି..ଜିଲ୍ଲାର ରାଜସ୍ୱ କିନ୍ତୁ ଖାଲି। ଯିଏ ସାମ୍ନାକୁ ଆସୁଛି, ତାକୁ ଟଙ୍କା ଦେଉଛନ୍ତି ନହେଲେ ରାସ୍ତାରୁ ହଟାଇ ଦେଉଛନ୍ତି। ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ସିଲପଡ଼ା ଗାଁରେ ବଜ୍ରାଘାତ କାରଣରୁ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ।
ଆଇପିଏଲ୍କୁ ନେଇ ବ୍ରହ୍ମପୁରରେ ବେଟିଂ : ସୋସିଆଲ ମିଡିଆ ମାଧ୍ୟମରେ ଚାଲିଥିବା ବଡ଼ ରାକେଟକୁ ଧରିଲା ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିତ ୫ ବୁକି ଗିରଫ, ସାଢ଼େ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ।
ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ଘଟଣା । ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କଲେ ASI ଅଧୀକ୍ଷକ, ପୁରୀ ଉପଜିଲ୍ଲାପାଳ । OBCC କର୍ତ୍ତୃପକ୍ଷ, ଟାଟା ପ୍ରୋଜେକ୍ଟର ଅଧିକାରୀ ବି ଅନୁଧ୍ୟାନ କଲେ ।
ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର। ରାମେଶ୍ୱରମରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ଉଦ୍ଧାର କଲା କମିଶନରେଟ ପୋଲିସ । ବାପା ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ ପୁଅ ।
ବାହା ହୋଇ ଚତୁର୍ଥୀ ରାତିରେ ବୟଫ୍ରେଣ୍ତ ସହ ନ୍ୟୁଡ୍ ଭିଡିଓ କଲ୍ କରି ସ୍ୱାମୀକୁ ଦେଉଥିଲା ଧୋକା । ଏହା ସହ ଚତୁର୍ଥୀ ରାତି ପରଦିନ ସ୍ୱାମୀକୁ ମନ୍ଦିର ଡାକି ବୟଫ୍ରେଣ୍ତ ଠାରୁ ନିସ୍ତୁକ ମାଡ଼ ଖୁଆଇଥିବାର ଅଭିଯୋଗ କରିଛି ସ୍ୱାମୀ ।
ଚଳିତ ବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇନାହାଁନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି ।
ଦକ୍ଷିଣ ଉଷୁମାରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣା । ଅଭିଯୁକ୍ତ ସମ୍ପର୍କୀୟ ବଡବାପାଙ୍କୁ ଗିରଫ କଲା ସଦର ଥାନା ପୋଲିସ । ଏହି ଘଚଟଣାରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କଲା ପୋଲିସ ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର, ଘରକୁ ଘର ଯାଇ ପ୍ରଚାର କରୁଛନ୍ତି ତିନି ପ୍ରମୁଖ ଦଳର ନେତା । ବିଜେପି-କଂଗ୍ରେସ-ବିଜେଡି ମଧ୍ୟରେ ହେବ କଡ଼ା ମୁକାବିଲା । ତେବେ ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା ।
କୂଅରେ ଖସି ପଡିଲେ ବୃଦ୍ଧ...ନିଜ ଜୀବନକୁ ବାଜି ମାରି ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର ୨ କର୍ମୀ..
ଆପଣ ଛତୁ ବା ମସରୁମ୍ର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କୁ ଛତୁର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟିର ନାଁ ହେଉଛି ‘ମଲାଇ ମସରୁମ୍’ । ଏହି ରେସିପିକୁ ବନେଇବା ଅତି ସହଜ ଓ ସରଳ ଅଟେ ।
ଆଜି ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ...
ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଗଂଜାମ ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଦୟାନିଧି ମହନ୍ତଙ୍କର ଝୁଲନ୍ତା ମୃତଦେହ ବୁଢ଼ାକେନ୍ଦୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ ।