Advertisment

କୂଅରେ ଖସି ପଡିଲେ ବୃଦ୍ଧ; ଜୀବନ ବଞ୍ଚାଇଲେ ୨ ଆଗ୍ନିକ

କୂଅରେ ଖସି ପଡିଲେ ବୃଦ୍ଧ...ନିଜ ଜୀବନକୁ ବାଜି ମାରି ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର ୨ କର୍ମୀ..

author-image
Otv Khabar Bureau
Old Man falls into well in Jeypore

Old Man falls into well in Jeypore

କୂଅରେ ଖସି ପଡିଲେ ବୃଦ୍ଧ । ଦଇବ ସାଜି ବଞ୍ଚାଇଲେ ଅଗ୍ନିଶମ ବାହିନୀ । ଶୌଚ ବେଳେ ଚୋତଶୂନ୍ୟ ହୋଇ କୂଅରେ ଖସିପଡିଲେ ବୃଦ୍ଧ । ଆଉ ଖବର ପାଇବାପରେ ତାଙ୍କୁ ସାହାସିକତାର ସହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର ୨ ଜଣ କର୍ମଚାରୀ । ଜୟପୁରରେ ଦେଖିବାକୁ ମିଳିଛି ଏହି ଘଟଣା ।

Advertisment

ଜୟପୁର ବ୍ଲକ ଉମୁରି ଗ୍ରାମର ରୁପଧର ହଲୱା ନାମକ ବୃଦ୍ଧ ଆଜି ସକାଳେ ଶୌଚ ହେବା ବେଳେ ଯାଇଥିଲେ । ସେହିସମୟରେ ସେ ଚେତାଶୂନ୍ୟ ହୋଇ କୂଅରେ ପଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏମିତିକି ନିଜ ଜୀବନକୁ ବାଜି ଲଗାଇ ଦୁହେଁ ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି, ହେଲେ ଆହତ ହୋଇ ଏବେ ଦୁଇ ଅଗ୍ନିଶମ କର୍ମଚାରୀ ଜୟପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Jeypore
Advertisment
Advertisment