Advertisment

ପୁଣି ବଢ଼ିଲା ସୁନା ଦର; ଆପଣଙ୍କ ସହରରେ କେତେ ରହିଛି ଦାମ୍‌ ଜାଣନ୍ତୁ

ଆଜି ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Check gold and silver prices in Bhubaneswar, Cuttack today

Check gold and silver prices in Bhubaneswar, Cuttack today

ଗତକାଲି ଭଳି ଆଜି ବି ବଢ଼ିଲା ସୁନା ଦର । ସାରା ଦେଶରେ ସବୁଦିନ ସୁନା ଓ ରୂପା ଦରରେ ପରିବର୍ତ୍ତନ ଘଟିଥିବାବେଳେ ଆଜି ବି ସୁନା ଦରରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୨ହାଜାର ୩୦୦ଟଙ୍କାରେ କାରବାର ହେଉଛି ।

Advertisment

୧୦ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନାର ମୂଲ୍ୟ ୪୯,୪୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪,୭୦୦ ଟଙ୍କା, ୪୦,୫୦୦ ଟଙ୍କା ଓ ୩୨,୧୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୦,୭୦୦ ଟଙ୍କାରେ ପହଞ୍ଚିଛି ।

ସେହିପରି କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୨୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୩୬୦ (କ୍ୟାସ ୯୯୫) ଟଙ୍କା ରହିଛି । ଏହାସହ ରୂପା ଦରରେ ନଜର ପକାଇଲେ ୯୯୯.୯ର ଶୁଦ୍ଧ ରୂପା କିଲୋ ପିଛା ୬୩,୯୦୦ ଟଙ୍କାରେ କାରବାର ହେଉଛି ।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

ବିବାହ ଋତୁ ଚାଲିଥିବାବେଳେ ଦୁଇ ଗ୍ରାମ୍‌ର ସୁନା ମୁଦିଟିଏ କିଣିବା ବି ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ଯାହାକୁ ନେଇ ମଧ୍ୟବର୍ତ୍ତୀ ବର୍ଗ ତଥା ସାଧାରଣ ଲୋକେ ଏବେ ଚିନ୍ତାରେ ଅଛନ୍ତି ।

Gold Price Today
Advertisment
Advertisment