• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାହା ହୋଇ ସାତଜନ୍ମର ସାଥୀ ହେବା ପାଇଁ ଅଗ୍ନି ଆଗରେ ଶପଥ ନେଇଥିଲା ସ୍ତ୍ରୀ, ହେଲେ ଚତୁର୍ଥୀ ରାତିରୁ ହିଁ ସ୍ୱାମୀକୁ ଦେଲା ଧୋକା । ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହିତ ନ୍ୟୁଡ୍ ଭିଡିଓ କଲ୍ କରି ସ୍ୱାମୀକୁ ଧୋକା ଦେଉଥିଲା । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ଭରତପୁରରେ ।

ବାହା ହୋଇ ଚତୁର୍ଥୀ ରାତିରେ ବୟଫ୍ରେଣ୍ତ ସହ ନ୍ୟୁଡ୍‌ ଭିଡିଓ କଲ୍‌ କରୁଥିବା ବେଳେ ସ୍ୱାମୀ ଦେଖିଥିବାର ଅଭିଯୋଗ କରିଥିଲେ । ଏହାସହ ଚତୁର୍ଥୀ ରାତି ପରଦିନ ସ୍ୱାମୀକୁ ମନ୍ଦିର ଡାକି ବୟଫ୍ରେଣ୍ତ ଠାରୁ ନିସ୍ତୁକ ମାଡ଼ ଖାଇଥିବାର ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନାରେ ଅଭିଯୋଗ କରିଥିଲେ ସ୍ୱାମୀ ବଳରାମ ସାହୁ । ତାଙ୍କ କହିବାନୁଯାୟୀ, ସ୍ତ୍ରୀ ନନ୍ଦିନୀ ତାଙ୍କୁ ଧୋକା ଦେବା ସହ ବୟଫ୍ରେଣ୍ଡ ଦ୍ୱାରା ନିସ୍ତୁକ ମାଡ଼ ମାରିଛନ୍ତି ।

ନୂଆ କରି ବାହା ହୋଇଥିବା ଓ ଆାକ୍ରମଣର ଶିକାର ହୋଇଥିବା ସ୍ୱାମୀ ବଳରାମ ସାହୁ ଭରତପୁର ଥାନାରେ ଏଭଳି ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ହେଲା, ପିପିଲି ଅଞ୍ଚଳର ନନ୍ଦିନୀ ନାମକ ଝିଅ ସହିତ ତାଙ୍କର କିଛି ଦିନ ତଳେ ବାହାଘର ହୋଇଥିଲା । ଚତୁର୍ଥୀ ରାତି ଅଧରେ ସେ ଉଠିପଡ଼ି ଦେଖିଲେ, ତାଙ୍କ ସ୍ତ୍ରୀ ଉଲଗ୍ନ ହୋଇ ଅନ୍ୟ ଏକ ପୁଅ ସହିତ ଭିଡିଓ କଲରେ କଥା ହେଉଛନ୍ତି । ପ୍ରଶ୍ନ କରିବାରୁ ସେ ପ୍ରଥମେ ନିଜ ଭଉଣୀ ସହ କଥା ଦେଉଥିବାର କହିଥିଲେ କିନ୍ତୁ ସତ ଧରାପଡ଼ିବା ପରେ ସେ ସ୍ୱାମୀଙ୍କୁ କ୍ଷମା ମାଗିଥିଲେ ।

ପରଦିନ ଲିଙ୍ଗରାଜ ମନ୍ଦିରକୁ ଯିବାକୁ କହିଥିଲେ । ସେଠାକୁ ଯିବା ପରେ ଝିଅ ଓ ତାଙ୍କ ସଂପର୍କୀୟମାନେ ସ୍ୱାମୀଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏପରିକି ଜୀବନରେ ମାରିଦେବାକୁ ଧମକ ଦେଇଥିବା ବଳରାମ କହିଛନ୍ତି । ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇଥିଲା । ଏ ସଂପର୍କରେ ଭରତପୁର ଥାନାରେ ବଳରାମ ସାହୁ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ।