Advertisment

ମରିବାର ୧୪ ବର୍ଷ ପରେ ଅଫିସ୍‌ରୁ ଆସି ନେଲେ ଟଙ୍କା ? ହେଲେ କେମିତି...

ଆଶ୍ଚର୍ଯ୍ୟ !! ମରିବାର ୧୪ ବର୍ଷ ପରେ ସରକାରୀ ଅଫିସ୍‌ ଆସି ନେଇ ଗଲେ ସହାୟତା। ପରିବାର ଜାଣିବା ପରେ ପାଦ ତଳୁ ଖସିଗଲା ମାଟି। ଭାଇ କହିଲେ, ଭାଇ ତ ନାହିଁ..ସେ ଟଙ୍କା ଆଉ କିଏ ନେଇଯାଇଛି। ଆମ ପରିବାର ନାଁରେ ମିଛରେ କାଗଜପତ୍ର ହୋଇଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Dead man receives govt aid

Dead man receives govt aid

ମରିବାକୁ ବିତିଲାଣି ୧୪ ବର୍ଷ, ଏବେ କିନ୍ତୁ ସେ ବ୍ୟକ୍ତି ଜଣକ ପାଇଛନ୍ତି ସରକାରୀ ସହାୟତା । ଆଜ୍ଞା ହଁ, ଏଭଳି ଘଟଣା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମନରେ ପ୍ରଶ୍ନ ବି ଆସୁଥିବ ଯେ, ଜଣେ ବ୍ୟକ୍ତି ମରିବାର ୧୪ ବର୍ଷ ପରେ ସରକାରୀ ସହାୟତା ପାଇଲେ କେମିତି?

Advertisment

ଘଟଣା ଯେତେ ଆଶ୍ଚର୍ଯ୍ୟକର ଲାଗୁଥିଲେ ବି ଘଟଣା ନୂଆପଡ଼ାରେ ଘଟିଛି । ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ବିସ୍ଥାପିତ ଥଇଥାନ ଲକ୍ଷାଧିକ ଟଙ୍କା ପାଇଥିବା ଅଭିଯୋଗ ହୋଇଛି । ନୂଆପଡା ଜିଲ୍ଲାର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ସଂପୂର୍ଣ୍ଣ ବିସ୍ଥାପିତମାନଙ୍କୁ ସରକାର ଥଇଥାନ ଓ କ୍ଷତିପୂରଣ ଦେଇ ଥିଲେ । କିନ୍ତୁ ସଂପୂର୍ଣ୍ଣ ବୁଡି ଅଞ୍ଚଳ ଗାଁ ଲମ୍ବିପାଣିର ବିସ୍ଥାପିତ ଲିଙ୍ଗରାଜ ପହରିଆ ଗତ ୨୦୦୬ ଜାନୁଆରି ୧୮ ତାରିଖରେ ପ୍ରାଣ ହରାଇଥିଲେ। କିନ୍ତୁ ମରିବାର ୧୪ ବର୍ଷ ପରେ ଗତ ୨୦୨୦ ନଭେମ୍ବର ୧୬ ତାରିଖରେ ଜାଲ କାଗଜ ପତ୍ର କରି ୪ ଲକ୍ଷ ୮୭୧ ହଜାର ଟଙ୍କା ତାଙ୍କ ନାଁରେ ଠକିନେଇଛନ୍ତି ଦଲାଲ।

ଯାହା ଜାଣିବା ପରେ ଲିଙ୍ଗରାଜଙ୍କ ପରିବାର ତଳୁ ମାଟି ଖସିଯାଇଛି। ପରିବାର ଲୋକେ ତାଙ୍କ ମୃତ ଭାଈ ଥଇଥାନ ପାଇ ଥିବା ଜାଣି ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି । ସେହିପରି କାଲିମାଟି ଗାଁର ସିଙ୍ଗଲସାଏ ମାଝୀଙ୍କ ଜାଲ କାଗଜପତ୍ର କରି ୨୦୨୦ ଡିସେମ୍ବର ୨୧ ତାରିଖରେ ୨ ଲକ୍ଷ ୭୬୮ ଟଙ୍କା, କୋନାବିରା ଗାଁର ସାବିତ୍ରୀ ପଟେଲଙ୍କ ନାମରେ ମଧ୍ୟ ଲକ୍ଷାଧିକ ଟଙ୍କା ଦଲାଲମାନେ ହଡପ କରି ଥିବା ଅଭିଯୋଗ ହୋଇଛି ।

Advertisment

ଅଭିଯୋଗର ତଦନ୍ତ ଚାଲୁ ଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସ୍ୱତନ୍ର ଭୁଅର୍ଜନ ଅଧିକାରୀ କହିଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ମରିବାର ୧୪ ବର୍ଷ ପରେ କେମିତି ତାଙ୍କ ନାଁରେ ଟଙ୍କା ଉଠିଲା ସେନେଇ ଅନେକ ପ୍ରଶ୍ନ ଉଠିଛି।

ରିପୋର୍ଟର- ମାୟାଧର ସରାଫ

Special Story Dead Man Receives Govt Aid
Advertisment
Advertisment