• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ

ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଗଂଜାମ ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଦୟାନିଧି ମହନ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ । ତେବେ ପରିବାରର ଦେଖାଶୁଣା ପାଇଁ ତାଙ୍କୁ ଛୁଟି ନମିଳିବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସୁଇସାଇଡ୍ ନୋଟରେ ଲେଖିଛନ୍ତି ।

ଦୟାନିଧିଙ୍କ ଘର କେନ୍ଦୁଝର ଜିଲ୍ଲାରେ । ଆଜି ସକାଳୁ ଗାଙ୍ଗପୁର ବୁଢ଼ାକେନ୍ଦୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣା ତଦନ୍ତ ଚଳାଇଛି ।