• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଇପିଏଲ୍ ବେଟିଂ ବେଳେ ୫ ଜଣ ଗିରଫ

ଆଇପିଏଲରେ ବେଟିଂ ବେଳେ ୫ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଗୋଷଣୀ ନୂଆଗାଁ ପୋଲିସ । ଆଇପିଏଲ୍ ମ୍ୟାଚ୍ ଚାଲିଥିବା ବେଳେ ଅନଲାଇନରେ ବେଟିଂ କରିବା ସହ ତାହାର ଲିଙ୍କକୁ ସୋସିଆଲ ମିଡିଆରେ ଜୁଆଡ଼ି ମାନଙ୍କୁ ପଠାଇ ସଟ୍ଟା କେଳର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୋଲିସ । ଏହି ବେଟିଂର ମୁଖ୍ୟ ଅଭିଯୁକ୍ତ  ଦିପୁ ସମେତ ୫ଜଣ ବୁକିକୁ ଗିରଫ କରାଯାଇଛି । ତାଙ୍କଠାରୁ ୪ ଲକ୍ଷ ୫୬ ହଜାର ଟଙ୍କା, ୨୦୩ ଗ୍ରାମ ସୁନା, ଏକ କାର ଓ ୬ଟି ମୋବାଇଲ ଜବତ ହୋଇଛି

ଏହି ପୁରା ବେଟିଂ ର୍ୟାକେଟ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କୋଲକାତା ସହରରୁ ପରିଚାଳିତ ହେଉଥିବା ପୋଲିସ ସୂଚନା ଦେଇଛି । ଗୁଗଲରେ ୪ଟି ଅନଲାଇନ୍ ସାଇଟରେ ହେଉଥିଲା ସଟ୍ଟା । ଗିରଫ ୫ଜଣ ବୁକି ଏହି ଲିଙ୍କକୁ ହ୍ୱାଟ୍ସ ଅପ୍ ଜରିଆରେ ମଧ୍ୟସ୍ଥି ଓ ସଟ୍ଟା ମାରୁଥିବା ଯୁବକଙ୍କୁ ପଠାଉଥିଲେ ।

ବିଶ୍ୱସ୍ତ ସୂତ୍ରରୁ ଜୁଆଡ଼ ଦୀପକ ନାହାକ ଆଇପିଏଲ୍ ସଟ୍ଟା ଚଳାଇଥିବା ବେଳେ ପୋଲିସ ଖବର ପାଇବା ପରେ ଅପରେସନ ଆରମ୍ଭ କରିଥିଲା । ବ୍ରହ୍ମପୁର ଉପକଣ୍ଠ କନିଷି ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ଦିପୁକୁ କାବୁ କରିବା ପରେ ପୁରା ର୍ୟାକେଟକୁ ପୋଲିସ ଧରିଛି