Advertisment

ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର

ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର। ରାମେଶ୍ୱରମରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ଉଦ୍ଧାର କଲା କମିଶନରେଟ ପୋଲିସ । ବାପା ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ ପୁଅ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Former MLA Saroj Padhi rescued

Former MLA Saroj Padhi rescued

ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର । କମିଶନରେଟ୍ ପୋଲିସ ଦ୍ୱାରା ସରୋଜ ପାଢ଼ୀଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରାଯାଇଛି । ରାମେଶ୍ୱରମରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସରୋଜଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଉଛି । ତେବେ ସରୋଜ ପାଢ଼ୀ ଉଦ୍ଧାର ନେଇ କ୍ୟାପିଟାଲ ଥାନା IIC ସୂଚନା ଦେଇଛନ୍ତି । କିଛି ଦିନ ହେବ ନିଖୋଜ ଥିଲେ ଆସିକାର ପୂର୍ବତନ ବିଧାୟକ ସରୋଜ ।

Advertisment

ସୂଚନା ଅନୁସାରେ ଗତ ରବିବାର ଦିନ ସରୋଜ ପାଢ଼ୀ ରାମେଶ୍ୱରମ୍‌ରେ ଥିବା ଘର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ । ଦୁଇ ଦିନରେ ଫେରି ଆସିବେ ବୋଲି କହିଥିବା ସୂଚନା ଦେଇଥିଲେ । ହେଲେ ଏହାପରେ ବି  ସେ ଘରକୁ  ଆସିନଥିଲେ ।

ସରୋଜଙ୍କୁ ଖୋଜିବାକୁ କମିଶନରେଟ୍ ପୋଲିସ୍ ପକ୍ଷରୁ ୫ ଜଣିଆ ଟିମ୍ ଗଠନ କରାଯଇଥିଲା । ଏହାପରେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରାଯାଇଥିଲା । ଗତ ସପ୍ତାହରୁ ସରୋଜ ନିଜ ଭୁବନେଶ୍ୱର ଘରୁ କେଉଁ ଆଡ଼େ ଚାଲି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

Advertisment
Former MLA Saroj Padhi Rescued
Advertisment
Advertisment