ଚର୍ଚ୍ଚାରେ ପଛୁଆ ଜିଲ୍ଲାର କୁବେର ବାବୁ । ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜୟପୁର ବାସଭବନରୁ ପାଖାପାଖି ୨ କୋଟିର ନଗଦ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ ହୋଇଛି ।
ପୁତିଗନ୍ଧମୟ ପରିବେଶରେ ଜୟପୁର ସହର । ପୌରପ୍ରଶାସନର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା କେବଳ ଧର୍ମକୁ ଆଖି ଠାର ଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ସହରକୁ ସଫା ରଖିବା ଲାଗି କୋଟି କୋଟି ଟଙ୍କା ପ୍ରଶାସନର ପକ୍ଷରୁ ଖର୍ଚ୍ଚ କରାଯାଉଥିବାବେଳେ କେଉଁଠି ହେଉଛି ସଫେଇ,ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ।
ପିଲାଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ବୋଇପାରିଗୁଡ଼ା ସିଆରସିସି କାହୁଁ ଚରଣ ବେହେରାଙ୍କ ନିଆରା ପ୍ରୟାସ। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ କାହ୍ନୁ ସାରଙ୍କ ଛତା ପାଠପଢ଼ାକୁ ନେଇ ଏବେ କୋରାପୁଟ ଜିଲ୍ଲାରେ ବେଶ ଚର୍ଚ୍ଚା।
କେବେ ଦୂର ହେବ ବୁଣାକାରଙ୍କ ଦୁଃଖ ? ନିଜେ ବୁଣଥିବା ଜିନିଷ ବଡ଼ ସହରରେ ବିକ୍ରି ହେଉଛି । ଅଥଚ ଦଦରା ଘରେ ଦୟନୀୟ ଭାବେ ବଞ୍ଚୁଛି ବୁଣାକାର ।
ପରିଣତ ବୟସରେ ଥକି ନାହାନ୍ତି । ୮୦ ବର୍ଷରେ ବି ଇଲେକ୍ଟ୍ରିକାଲ ଦୋକାନ କରିଛନ୍ତି...ଯେତିକି ରୋଜଗାର ହେଉଛି ସେତିକିରେ ସ୍ୱାମୀଙ୍କ ଋଣ ଟଙ୍କା ସୁଝିବା ସହିତ ପରିବାର ପୋଷୁଛନ୍ତି ଇନ୍ଦୁମତି
କୂଅରେ ଖସି ପଡିଲେ ବୃଦ୍ଧ...ନିଜ ଜୀବନକୁ ବାଜି ମାରି ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀର ୨ କର୍ମୀ..
ଆଜିଠୁ ଆହୁରି ବଢିବ ଥଣ୍ଡା। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଆସନ୍ତା ୫ ଦିନ ଯାଏଁ ଜାଡ଼ ମାଡ଼ରେ ଜଡ଼ସଡ଼ ହେବ ସାରା ଓଡ଼ିଶା। ଜୟପୁରରେ କେମିତି ରହିଛି ଶୀତ ଦେଖନ୍ତୁ ଏ ଭିଡିଓ
କଂଗ୍ରେସିଆଙ୍କ ବନ୍ଦ ବେଳେ ହଠାତ୍ ଗାଡ଼ି ଆଡ଼କୁ ମାଡ଼ିଗଲେ ଭାଲୁ ଭାଇ। ଆଉ ତା’ପରେ ଡ୍ରାଇଭରଙ୍କୁ ଗୁଡ଼ାଏ ତେଲଗୁରେ ଗପିଲେ...ବୁଝାଇ ସୁଝାଇ ଉପମା ଓ ତରକାରୀ ବଢାଇ ଦେଲେ। ଏ ବନ୍ଦ ବେଳେ ଖାଇବାକୁ ଦେଲେ ତାରାରେ ନାରଣ..
ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଆକଶ ଛୁଆଁ ହୋଇଛି ଆଜି ମାଲକାନଗିରି ତୈଳ ଦର ସବୁ ରେକର୍ଡ ଟପିଛି।
ମାଙ୍କୁ ଦର୍ଶନ କରିନପାରି ଫେରୁଛନ୍ତି ଭକ୍ତ। ମଣ୍ଡପରେ ମାଆ । ଚାଲିଛି ପୂଜା ହେଲେ ନାହାନ୍ତି ଭକ୍ତ। କଟକ ଓ ଜୟପୁରରେ କିପରି ହେଉଛି ପୂଜା ଦେଖନ୍ତୁ।
ଉପହାସ କରୁଥିଲେ ଗାଁ ଲୋକେ । ହେଲେ ନିଜ ଲକ୍ଷ୍ୟ ପଥରୁ ଓହରି ନ ଥିଲେ । ଫଳରେ ଆଜି ସେ ସଫଳତା ସ୍ୱାଦ ଚାଖିବାକୁ ଯାଉଛନ୍ତି। ପ୍ରଥମ ମହିଳା କ୍ରିକେଟ ଖେଳାଳିଭାବେ ଏବେ ଜିଲ୍ଲା ପାଇଁ ଖେଳିବେ। ସେ ରାଜସ୍ଥାନ ବାଡମେରର ଏକ ଛୋଟ ଗାଁ କାନାସରର ଅନୀସା ବାନୋ ମେହତ । ଗତ ଅଗଷ୍ଟ ୨୭ ତାରିଖରେ ଜୟପୁରରେ ହେଉଥିବା ସବାଇ ମାନ ସିଂ ଷ୍ଟାଡିୟମରେ ଖେଳାଯାଉଥିବା ଟ୍ରାଏଲ ମ୍ୟାଚ୍ରେ ଅନୀସାଙ୍କୁ ଭଲ ବୋଲର ଭାବେ ଚୟନ କରାଯାଇଛି ।
ଉପରେ କଦଳୀ, ଭିତରେ ଗଞ୍ଜେଇ। ଏଭଳି କାଣ୍ତ ଘଟିଛି କୋରାପୁଟର ଜୟପୁର ସହରରେ। କଦଳୀ ଟ୍ରକରେ ଗଂଜେଇ ଭର୍ତ୍ତି ହୋଇ ଯାଉଥିଲା ବେଳେ ଜୟପୁର ଠାରେ ପୋଲିସ ଜବତ କରିଛି।
ବଡ ବୟାନ ଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି । କୌଣସି ପରିସ୍ଥିତିରେ ଦଳ ନ ଛାଡିବାର ପ୍ରତିସ୍ତୃତି ଦେଲେ ତାରା।
ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନି । ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ।
ଖୁବ୍ ଶୀଘ୍ର ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
ଜୟପୁର : କୋରାପୁଟ ଜିଲ୍ଲା ଜୟପୁରରେ ଭାଇରାଲ୍ ହୋଇଛି ବିବାହିତ ଆଦିବାସୀ ମହିଳାଙ୍କର ଅନ୍ତରଙ୍ଗ ଭିଡ଼ିଓ। ଗତ ୨୦ ତାରିଖରେ ବିବାହ ହୋଇଥିବା ଆଦିବାସୀ ମହିଳାଙ୍କ ଭିଡ଼ିଓ ଭାଇରାଲ୍ କରିଛନ୍ତି ପୂର୍ବତନ ପ୍ରେମିକ। ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ପ୍ରେମିକ ମହିଳାଙ୍କ ସ୍ୱାମୀଙ୍କ ପାଖକୁ ଭିଡ଼ିଓ ପଠାଇଥିଲେ। ବୋରିଗୁମ୍ମା ଅଞ୍ଚଳର ଏକ ଯୁବତୀ ଜୟପୁର ନିକଟରେ ଗତ ୨୦ ତାରିଖରେ ବାହା ହୋଇଥିଲେ। ଗତ କିଛି ଦିନ ତଳେ ଯୁବତୀଙ୍କ ସ୍ୱାମୀଙ୍କୁ ଏକ ଅଜଣା ନମ୍ବରରୁ କିଛି […]