Advertisment

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣା,ଅଭିଯୁକ୍ତ ବଡ଼ବାପାକୁ ଗିରଫ କଲା ସଦର ଥାନା ପୋଲିସ

ଦକ୍ଷିଣ ଉଷୁମାରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣା । ଅଭିଯୁକ୍ତ ସମ୍ପର୍କୀୟ ବଡବାପାଙ୍କୁ ଗିରଫ କଲା ସଦର ଥାନା ପୋଲିସ । ଏହି ଘଚଟଣାରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କଲା ପୋଲିସ ।

author-image
Pallipuspa Samal
minor girl kidnaped

minor girl kidnaped

କଟକ ସଦର ଥାନା ଅଞ୍ଚଳ ଦକ୍ଷିଣ ଉଷୁମାରେ ନାବାଳିକା ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣା । ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କଲା ପୋଲିସ॥ ସଂପର୍କୀୟ ବଡ଼ବାପା ହିଁ ନାବାଳିକାଙ୍କୁ ଅପହରଣ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି । ତେବେ ପୋଲିସ ଅଭିଯୁକ୍ତ ବଡ଼ବାପାଙ୍କୁ ଗିରଫ କରିଛି ।

Advertisment

ସଦର ଥାନା ପୋଲିସ ଦୁଇଦିନ ପୂର୍ବରୁ ଅପହରଣ କରାଯାଇଥିବା ନାବାଳିକାଙ୍କୁ ବାଲିଆପଡ଼ା ଆଶ୍ରମ ପାଖରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ସେହି ଆଶ୍ରମର କର୍ମଚାରୀଙ୍କୁ ଗାଁ ଲୋକେ ଅଟକ ରଖିଥିଲେ । ଉଦ୍ଧାର କରିବାକୁ ପୋଲିସ ଆସିଥିଲେ ବି ଗାଁ ଲୋକେ ସେମାନଙ୍କୁ ବି ଅଟକ ରଖିଥିଲେ ।

Minor Girl Kidnapped
Advertisment
Advertisment