ଅସହ୍ୟ ହେଲା ବନ ବିଭାଗର ଅତ୍ୟାଚାର,ଆତ୍ମହତ୍ୟା କରିଛନ୍ତି ଅନୁଗୁଳର ଜଣେ ଚାଷୀ ।
ରାଜ୍ୟରେ ବର୍ଷା ଅଭାବ । ଜମି ଫାଟି ଆଁ କଲାଣି । ଚାଷୀ ମୁଣ୍ଡରେ ହାତ ଦେଲେଣି । ମରୁଡ଼ି ଭୟରେ ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ସେପଟେ ଏମିତି ବି ଖବର ରହିଛି ଚାଷୀ ଚାଷରେ କ୍ଷତି ଯୋଗୁଁ ଜୀବନ ହାରିଲେଣି ।
ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ । ଚାଷୀର ଭାତହାଣ୍ଡି ଆଜି ଶୁଖିଲା ପଡ଼ିଛି । କେଉଁଠି ଧାନଗଛ ହଳଦିଆ ପଡ଼ିଗଲାଣି ତ ଆଉ କେଉଁଠି ଗୋରୁ ଚରିଲେଣି ଧାନ କ୍ଷେତରେ । ଆସନ୍ନ ମରୁଡ଼ିର ଚିତ୍ର ବୟାନ କରୁଛି ବଲାଙ୍ଗିର ଜିଲ୍ଲାର ଅନେକ ଚାଷ ଜମି ।
ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା । ଚାଷରେ କ୍ଷତି ପାଇଁ ଜୀବନ ହାରିଲେ ଚାଷୀ । ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁରୁ ଆସିଛି ଏଭଳି ଖବର । ଏହି ଗାଁର ଚାଷୀ ରେଚକା ବନ୍ଛୋର ଗତକାଲି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବର୍ଷା ଅଭାବ ଜନିତ ଚାଷ କ୍ଷତି ପାଇଁ ବିଷ ପିଇଥିବା ନେଇ ମୃତ ଚାଷୀଙ୍କ ପୁଅ କହିଛନ୍ତି।
ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଧନକଉଡ଼ା କୁଦଗୁଣ୍ଡେରପୁର ଗାଁର କୈବଲ୍ୟ ରୋହିଦାସ।