• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତାବର୍ଷ ଫେବ୍ରୁଆରୀ ୧୪ରେ ଯୁକ୍ତ ଦୁଇ ପରୀକ୍ଷା। ମାଟ୍ରିକ ଭଳି ୬ ମାସ ଆଗରୁ ତାରିଖ ଘୋଷଣା କଲା CHSE । ସୂଚନା ଅନୁଯାୟୀ ମାର୍ଚ୍ଚ ୧୩ ଯାଏଁ ଚାଲିବ ଯୁକ୍ତ ୨ ପରୀକ୍ଷା । ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ରେଜଲ୍ଟ । ୨୦୨୩-୨୪ ଶିକ୍ଷାବର୍ଷ ଲାଗି ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଯେଉଁଥିରେ ଯୁକ୍ତ ଦୁଇ ଲାଗି ଦୁଇ ବର୍ଷର ପାଠ୍ୟକ୍ରମ ସହ ପରୀକ୍ଷା ତାରିଖ ଏବଂ ଫଳାଫଳ ତାରିଖ ମଧ୍ୟ ସୂଚୀରେ ଉଲ୍ଲେଖ ରହିଛି ।

ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ଫିଲଅପ୍ ପ୍ରକ୍ରିୟା ଶେଷ ହେବ । ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା । CHSE ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଏନେଇ ଉଲ୍ଲେଖ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now