• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି । ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ହେଲେ ମୁହାଁମୁହିଁ । ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କଡ଼ା ବିରୋଧ । ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହେଲେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ।

ଥମିବାର ନାଁ ଧରୁନି ମାର୍କେଟ୍ ବିଲ୍ଡିଂ କଳି । ସ୍ଥାୟୀ ବ୍ୟବସାୟୀ କିମ୍ବା ଉଠା ଦୋକାନୀ, କେହି କାହାକୁ ଛାଡ଼ିବା ମୁଡରେ ନାହାନ୍ତି । କିଛି ଦିନ ପୂର୍ବରୁ ଉଭୟ ସଂଘ ଧାରଣାରେ ବସିଥିଲେ । ଏମିତିକି ଭୁବନେଶ୍ୱରର ଏହି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କିଛି ଦିନ ପାଇଁ ବନ୍ଦ ରହିଥିଲା । ଉଠା ଦୋକାନୀଙ୍କୁ ହଟାଇବା ଜିଦରେ ଅଡ଼ିବସିଥିବା ସ୍ଥାୟୀ ବ୍ୟବସାୟୀମାନେ ଭୁବନେଶ୍ୱରର ଅନ୍ୟ ୫୦ଟି ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଥିଲେ । ଶୀଘ୍ର ସମସ୍ୟାର ସମାଧାନ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ ।

ତେବେ କିଛି ଦିନ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ପରେ ଅଗଷ୍ଟ ୩ ତାରିଖରେ ଖୋଲିଥିଲା। ବିଏମସିର ଲିଖିତ ପ୍ରତିଶ୍ରୁତି ପରେ ୧୯ ଦିନ ପରେ ପୁଣି ଚଳଚଂଚଳ ହୋଇ ଉଠିଥିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ ।  ନିଷ୍ପତ୍ତି ଅନୁସାରେ ଏଣିକି ମାର୍କେଟ୍ ବିଲ୍ଡିଂ ପରିସରରେ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ ବୋଲି କୁହାଯାଇଥିଲା । ମୋଟ୍ ୧୨ଟି ପଏଣ୍ଟରେ ସ୍ଥାୟୀ ବ୍ୟବସାୟୀ ଓ BMC ମଧ୍ୟରେ ଏକ ଚୁକ୍ତି ହୋଇଥିଲା ।

ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସନର ୬ଜଣିଆ ଟିମ୍‌କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲା BMC । ଏଣିକି ମାର୍କେଟ ବିଲ୍ଡିଂ ପରିସରରେ ଆଉ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ ବୋଲି କହିଥିଲେ । ଖାଲି ସେତିକି ନୁହେଁ ମାର୍କେଟ୍ ବିଲଡିଂ ଅଂଚଳର ସୁରକ୍ଷା ବ୍ୟବସ୍ଥା, ଉନ୍ନତୀକରଣ, ସୌନ୍ଦର୍ଯ୍ୟକରଣ, ସଫେଇ ଏବଂ ପରିଶ୍ରାଗାର ଭଳି ସମସ୍ତ ପ୍ରକାର ଦାୟିତ୍ୱ ଆଗାମୀ ୫ ବର୍ଷ ପାଇଁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍ ଅଧିନରେ ରହିବ ବୋଲି କହିଥିଲେ ।