ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହେଲେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ।
ପୁଣି ଚଳଚଂଚଳ ହୋଇଛି ରାଜଧାନୀର ବ୍ୟସ୍ତ ବହୁଳ ବଜାର।
ତେବେ ଆଜି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ଜଣିଆ ପ୍ରତିନିଧି ଦଳ ପୁଣି ଥରେ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି । ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି ।
କେବେ ଖୋଲିବ ମାର୍କେଟ୍ ବିଲ୍ଡିଂରୁ ତାଲା? ବିବାଦ ପରେ ଅନେକଦିନ ହେଲାଣି ରାଜଧାନୀର ବ୍ୟବସାୟିକ ପେଣ୍ଠ ସ୍ଥଳ ଠପ୍
ସପ୍ତାହେ ହେଲା ରାଜଧାନୀର ବ୍ୟବସାୟିକ ପେଣ୍ଠ ସ୍ଥଳ ଠପ୍ । ସ୍ଥାୟୀ ବ୍ୟବସାୟୀ ସଂଘ ଧାରଣାରେ ବସିଥିବାରୁ ମାର୍କେଟ ବିଲିଡିଂ ବନ୍ଦ ରହିଛି । ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ଚାଲିଛି ଆନ୍ଦୋଳନ ।
ଗ୍ରାହକଙ୍କୁ ଧମକ ଚମକ ଦେବା ସହ ଦୋକାନ ମାଲିକଙ୍କୁ ମଧ୍ୟ ଧମକ ଦେଉଛନ୍ତି । ଗାଡ଼ି ଭଙ୍ଗାରୁଜା କରୁଛନ୍ତି ବୋଲି ଦୋକାନୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।