• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁହୁକ ଦର୍ପଣ ନାଁରେ ଲୋକଙ୍କୁ ଠକୁଥିବା ତିନିଜଣ ଠକଙ୍କୁ ଗିରଫ କରିଛି ନୟାପଲ୍ଳୀ ପୋଲିସ । ସେମାନଙ୍କ ଠାରୁ ଗୋଟିଏ କାର, ୨୮ ହଜାର ଟଙ୍କା, ୫ଟି ମୋବାଇଲ ଓ ବ୍ଲାଙ୍କ ଏଗ୍ରିମେଣ୍ଟ ପେପର ଜବତ କରିଛି । ତିନି ଠକ ପଶ୍ଚିମବଂଗର ବୋଲି ସୂଚନା ମିଳିଛି । କୁହୁକ ଦର୍ପଣ ନାଁରେ ୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ସେମାନେ ବିରଳ ଦର୍ପଣ କହି ପ୍ରଥମେ ଭିନାଶ କୁମାର ଶୁକ୍ଳା ନାମକ ଜଣେ ବ୍ୟକ୍ତିଙ୍କୁ ଜାଲରେ ଫସେଇଥିଲେ । ଏପରିକି ଦର୍ପଣର ନିକଟକୁ ଗଲେ ବ୍ୟକ୍ତି ପୋଷାକ ପିନ୍ଧିଲେବି ଫୁଙ୍ଗୁଳା ଦିଶିବ, ଆହୁରି ନିକଟତର ହେଲେ ହାଡ ଦେଖାଯିବ ଓ ଅଧିକ ନିକଟତର ହେଲେ ବ୍ୟକ୍ତି ଉଭାନ ହୋଇଯିବ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ ।

ଏନେଇ କାନପୁରର ଅବନିଶ ଅଭିଯୋଗ କରିବା ପରେ ପୋଲିସ ତିନି ଠକଙ୍କୁ ଗିରଫ କରିଛି । ....