Advertisment

ଡରାଇଲାଣି ଡେଙ୍ଗୁ ! ଯେତେ ଚେଷ୍ଟା କଲେ ବି ଥମିବାର ନାଁ ଧରୁନି

କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ୱା ଧାଡ଼ିରେ ଲୋକେ ଅପେକ୍ଷା କରିଥିବା ବେଳେ ବିଏମସିର ବେପରୁଆ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

author-image
Satyendu Shekher Mishra
undefined

Dengue

ଡେଣା ମେଲାଉଛି ଡେଙ୍ଗୁ । ରାଜ୍ୟ ରାଜଧାନୀରେ ଅସମ୍ଭାାଳ ହେଲାଣି ଡେଙ୍ଗୁର ସ୍ଥିତି । ବିଏମସିର ତଥ୍ୟ କହୁଛି, ରାଜଧାନୀରେ ଜୁନ୍ ମାସରେ ୧୦୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଜୁଲାଇରେ ସଂଖ୍ୟା ପହଞ୍ଚିଥିଲା ୫୪୧। ଆଉ ଅଗଷ୍ଟ ୧୪ ତାରିଖ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୦୧ ଛୁଇଁଛି । ଅର୍ଥାତ୍ ଜୁନ ତୁଳନାରେ ଜୁଲାଇରେ ୫ ଗୁଣ ବଢ଼ିଛି ଏବଂ ଅଗଷ୍ଟରେ ବି ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା।

Advertisment

ସେପଟେ ସ୍ମାର୍ଟ ସିଟିର ଅଣାୟତ୍ତ ଡେଙ୍ଗୁୁର ନିୟନ୍ତ୍ରଣ ପାଇଁ ବିଏମସି ଆଜିଠାରୁ ଆରମ୍ଭ କରିଛି ଡେଙ୍ଗୁ ଅଡିଟ୍। ସର୍ବାଧିକ ପ୍ରଭାବିତ ସତ୍ୟନଗର ଏବଂ ସହିଦ୍ ନଗରରେ ବିଏମସି ସମେତ ସ୍ୱାସ୍ଥ୍ୟ ଅଧିକାରୀ ଘରକୁ ଘର ବୁଲି ମଶା ସୃଷ୍ଟି କରୁଥିବା ଲାଭାକୁ ନଷ୍ଟ କରିବା ସହ ଲୋକଙ୍କୁ ସଚେତନ କରାଇଛନ୍ତି । ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ୱା ଧାଡ଼ିରେ ଲୋକେ ଅପେକ୍ଷା କରିଥିବା ବେଳେ ବିଏମସିର ବେପରୁଆ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେହିଭଳି କଟକର ସର୍ବାଧିକ ପ୍ରଭାବିତ ସିଡିଏ ଅଞ୍ଚଳର ଘରେ ଘରେ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ଲୋକେ ଘରୋଇ ଉପଚାରକୁ କରିଛନ୍ତି ଭରସା। ଡେଙ୍ଗୁ ଆକ୍ରାନ୍ତଙ୍କ ବ୍ଲଡ ପ୍ଲାଟଲେଟ୍ କମିଯାଉଥିବାରୁ ଅମୃତଭଣ୍ଡା ପତ୍ରକୁ ବ୍ୟବହାର କରୁଛନ୍ତି। ସେଥିପାଇଁ କାହାର ସାଇକେଲ ତ ପୁଣି କାହାର ବାଇକରେ ପଲିଥିନରେ ଟଙ୍ଗା ହୋଇଛି ଅମୃତଭଣ୍ଡା ପତ୍ର । ସେପଟେ ଅମୃତଭଣ୍ଡା ପତ୍ର ମାଧ୍ୟମରେ ଡେଙ୍ଗୁ ଭଲ ହେଉଥିବା କଥାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଖଣ୍ଡନ କରିଛନ୍ତି। ଆୟୁର୍ବେଦ କିନ୍ତୁ ଭିିନ୍ନ ମତ ଦେଉଛି।

Advertisment

Dengue Dengue In Odisha
Advertisment
Advertisment