/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692201214.jpg)
Nirmala Sitharaman
ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୁଇ ଦିନିଆ ଗସ୍ତରେ ଆସି କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱରରେ ପହଂଚିଛନ୍ତି। ଦିବଂଗତ ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କର ସ୍ମୃତି କାର୍ଯ୍ୟକ୍ରମରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ସେ ସାମିଲ ହେବେ।
Advertisment
ଆଜି ପୁରୀ ଯାଇ ନିର୍ମଳା ସୀତାରମଣ ରାତ୍ରୀଯାପନ କରିବେ। ଆସନ୍ତାକାଲି ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ପୁରୀରେ ‘ମୋ ମାଟି ମୋ ଦେଶ ଅଭିଯାନ’ରେ ସାମିଲ ହେବେ ଅର୍ଥମନ୍ତ୍ରୀ।...ସେଠାରୁ ବୀରହରେକୃଷ୍ଣପୁର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ । ଏହାପରେ ପୁଣି ଭୁବନେଶ୍ୱର ଫେରି ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ।
ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟାଣ୍ଟ କନଫରେନସ୍ରେ ଯୋଗଦେଇ ବକ୍ତବ୍ୟ ରଖିବେ। ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)