• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାଇକ୍ ସହ ତାଳଦେଇ ଆଗକୁ ମାଡ଼ିଚାଲିଛି ସାଇକେଲ୍ । ଯେମିତି କେଉଁ ଗୁଣରେ ବି ବାଇକ୍ ଠାରୁ କମ ନୁହେଁ । ଆଉ ଆଗେ ଆଗେ ସାଇକେଲ୍ ଛୁଟାଇଥିବା ଯୁବକ ଜଣଙ୍କ ଖୁବ ଜୋରରେ ପ୍ୟାଡେଲ୍ ମାରିବାରେ ବ୍ୟସ୍ତ  ଅଛନ୍ତି । ସାଇକେଲ ଚଳାଉଥିବା ଯୁବକଙ୍କୁ ସ୍ୱାଗତ କରି, ଗାଁକୁ ପାଛୋଟି ନେଉଛନ୍ତି ଅନେକ ସହଯୋଗୀ । ଦର୍ଶକ ବନ୍ଧୁ ସେ ସାଥିରେ କୌଣସି ମେଡାଲ ନେଇ ଫେରିନାହାନ୍ତି ସତ, କିନ୍ତୁ ସାଇକେଲ୍ ଚଳାଇ ସାଥିରେ ଆଣିଛନ୍ତି ଅମୂଲ୍ୟ ଆର୍ଶୀବାଦ ।

ଜଳେଶ୍ୱର ବ୍ଲକ ଏକତାଳି ଗ୍ରାମର ରବୀନ୍ଦ୍ର କୁମାର ଜେନା । ମେ ମାସ ୨୪ ତାରିଖରେ ବାହାରିଥିଲେ ଚାରିଧାମ ଯାତ୍ରାରେ । ଆଉ ୮୩ ଦିନ ପରେ ଜଗନ୍ନାଥ ଧାମ ପୁରୀରେ ପହଞ୍ଚିଥିଲେ । ସାଇକେଲରେ ୯୩୪୦ କିଲୋମିଟର ସାଇକେଲରେ ଯାତ୍ରା ପରେ ସେ ଗାଁକୁ ଫେରୁଛନ୍ତି ।

ଜଳେଶ୍ୱରରେ ପହଞ୍ଚିବା ପରେ ବିଭିନ୍ନ ସମାଜସେବୀ ସଂଗଠନ ତାଙ୍କୁ ସମ୍ବର୍ଦ୍ଧିତ କରି ଗାଁକୁ ପାଛୋଟି ନେଇଛନ୍ତି । ରବୀନ୍ଦ୍ର କହିଛନ୍ତି ଏ ଯାତ୍ରା ସହଜ ନଥିଲା । ପ୍ରକୃତି ବଞ୍ଚାଓ, ସଂସ୍କୃତି ବଞ୍ଚାଓ ବାର୍ତ୍ତା ବାଣ୍ଟିବା ସହ ସାଇକେଲର ଗ୍ରହଣୀୟତା ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି ।

 

  • Reported by:
  • Ajit Das